34.1 C
Bhubaneswar
Monday, October 5, 2026
Homeଓଡିଶାସଡ଼କ ଦୁର୍ଘଟଣା: ପରୀକ୍ଷାର୍ଥୀ ମୃତ, ଅଧ୍ୟାପିକା ଗୁରୁତର

ସଡ଼କ ଦୁର୍ଘଟଣା: ପରୀକ୍ଷାର୍ଥୀ ମୃତ, ଅଧ୍ୟାପିକା ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବାବେଳେ ସାଙ୍ଗରେ ଥିବା ଜଣେ ଅଧ୍ୟାପିକା ଗୁରୁତର ଆହତ ହୋଇଛନ୍ତି।ମୃତ ପରୀକ୍ଷାର୍ଥୀ ଜଣକ ପ୍ରିୟଙ୍କା ମହାପାତ୍ର ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଆହତ ଅଧ୍ୟାପିକା ହେଉଛନ୍ତି ବିଜୟଲକ୍ଷ୍ମୀ ବିଶ୍ୱାଳ। ଉଭୟେ ବାହାନଗା ବ୍ଲକ କୋଚିଆ କୋଇଲି ପଞ୍ଚାୟତର ରଘୁନାଥଜୀଉ ନୀଳମଣି ସଂସ୍କୃତ ମହାବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ସ୍କୁଟିରେ ୧୬ ନଂ ଜାତୀୟ ରାଜପଥ ଦେଇ ଯାଉଥିଲେ। ଅଚାନକ ଖନ୍ତାପଡ଼ା ବଜାର ସନ୍ନିକଟ ଜାତୀୟ ରାଜପଥରେ ଏକ ଅଜଣା ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପ୍ରିୟଙ୍କା ମହାପାତ୍ରଙ୍କ ମୃତଦେହ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଗୁରୁତର ଆହତ ଅଧ୍ୟାପିକା ବିଜୟଲକ୍ଷ୍ମୀ ବିଶ୍ୱାଳଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱରକୁ ପଠା ଯାଇଛି। ଖନ୍ତାପଡ଼ା ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ବାବଦରେ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking