27.1 C
Bhubaneswar
Thursday, October 8, 2026
Homeଓଡିଶାଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ସମ୍ପର୍କରେ ଶିକ୍ଷାଲାଭ କଲେ XISS ରାଞ୍ଚିର ଛାତ୍ରଛାତ୍ରୀ

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ସମ୍ପର୍କରେ ଶିକ୍ଷାଲାଭ କଲେ XISS ରାଞ୍ଚିର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସର୍ଭିସେସ୍ (XISS), ରାଞ୍ଚିର ଗ୍ରାମୀଣ ପରିଚାଳନା (Rural Management) ବିଭାଗର ଛାତ୍ରଛାତ୍ରୀମାନେ ନିଜର ଏକ୍ସପୋଜର ଭିଜିଟ୍‌ କାର୍ଯ୍ୟକ୍ରମ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (OSDMA) ଗସ୍ତ କରିଛନ୍ତି। ଏହି ପରିଦର୍ଶନ ସମୟରେ OSDMA ର ଉପଦେଷ୍ଟା ଡ. କମଳ ଲୋଚନ ମିଶ୍ର, ୧୯୯୯ ମସିହାର ମହାବାତ୍ୟା ପରଠାରୁ ବିଗତ ୨୫ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳ ଯାତ୍ରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ପ୍ରାକ୍-ସୂଚନା , ପୁର୍ବପ୍ରସ୍ତୁତି , ସ୍ଥାନାନ୍ତରଣ , ସମୁଦାୟ-ଆଧାରିତ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଆଧୁନିକ ବୈଷୟିକ ଜ୍ଞାନ ଓ ଡାଟା-ଆଧାରିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ OSDMA ର ଅଭିଜ୍ଞତା ଓ ରୂପାନ୍ତରଣ ସମ୍ପର୍କରେ ସେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। XISS ର ଛାତ୍ରଛାତ୍ରୀମାନେ OSDMAର କାର୍ଯ୍ୟପ୍ରଣାଳୀ ଓ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‌ ସମ୍ପର୍କରେ ପ୍ରଶ୍ନ କରିବା ସହ ବାସ୍ତବ ଅଭିଜ୍ଞତା ହାସଲ କରିଥିଲେ। ଏହି ପରିଦର୍ଶନ ସେମାନଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ଓ ଉପଯୋଗୀ ହୋଇଥିଲା | ଏହି ଆଲୋଚନା ସମୟରେ OSDMAର ପରାମର୍ଶଦାତା ଶ୍ରୀ ଡ଼ କମଲ ଲୋଚନ ମିଶ୍ର କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା କେବଳ ପୁସ୍ତକୀୟ ଜ୍ଞାନ ନୁହେଁ; ବରଂ ପ୍ରକୃତ ପରିସ୍ଥିତିର ସାମ୍ନା, ଅଭିଜ୍ଞତା ଓ ଭୁଲ୍‌ରୁ ଶିଖିବା ମାଧ୍ୟମରେ ଏକ ଦକ୍ଷ ବ୍ୟବସ୍ଥା ଗଢ଼ିଉଠେ। ବିଶେଷକରି ବାତ୍ୟା, ବନ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ଗ୍ରହଣ କରିଥିବା ପ୍ରସ୍ତୁତିମୂଳକ ପଦକ୍ଷେପ, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ଜନସାଧାରଣଙ୍କ ସ୍ଥାନାନ୍ତରଣ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ଏପରି ଏକ୍ସପୋଜର ଭିଜିଟ୍‌ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ବିପର୍ଯ୍ୟୟ ସଚେତନତା ଓ ପ୍ରସ୍ତୁତି ବଢ଼ିବା ସହ ଭବିଷ୍ୟତରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଗଠନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking