33.1 C
Bhubaneswar
Tuesday, October 6, 2026
Homeଓଡିଶାଚମ୍ପୁଆରେ ହାତୀ ଆତଙ୍କ: କ୍ଷତିପୂରଣ ଦାବିରେ ପ୍ରତିବାଦ

ଚମ୍ପୁଆରେ ହାତୀ ଆତଙ୍କ: କ୍ଷତିପୂରଣ ଦାବିରେ ପ୍ରତିବାଦ

କେନ୍ଦୁଝର : ଦୀର୍ଘଦିନ ଧରି ଚମ୍ପୁଆ ରେଞରେ ହାତୀ ଲୋକଙ୍କ ନିଦ ହଜାଇ ଆସୁଥିବାବେଳେ ଗତ କିଛି ସପ୍ତାହ ହେବ ହାତୀ ପଲ, କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହି ପତଳା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗ୍ରାମବାସୀ  ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରି ଖର୍ଚ୍ଚାନ୍ତ ହୋଇଥିବା ବେଳେ ଦୈନିକ ହାତୀ ଆସି ଫସଲ ନଷ୍ଟ କରୁଛନ୍ତି । ବନ ବିଭାଗ ହାତୀ ଘଉଡେଇବାରେ ବିଫଳ ହେବାରୁ ଦିନ କୁ ଦିନ ଏହି ଗାଁରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଆଜି ଗ୍ରାମ ବାସୀ ଚମ୍ପୁଆ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଶୀଘ୍ର ହାତୀ ଘଉଡେଇବା ସହିତ କ୍ଷତିପୂରଣ ଦାବି କରିଛନ୍ତି ।ବନ ବିଭାଗ ପ୍ରତିଦିନ ହାତୀକୁ ଘୋଉଡାଇବା ବଦଳରେ ନିରବଦ୍ରଷ୍ଟା ସାଜି ରହୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ଗ୍ରାମ ବାସୀ। ଯାହାକୁ ନେଇ ହାତୀପଲ ପ୍ରତି ଦିନ ରାତିରେ ବ୍ୟାପକ ଫସଲ ମାଡି ଚକଟି ନଷ୍ଟ କରୁଛନ୍ତି । ଘରଦ୍ୱାର ଭଙ୍ଗା ରୋକିବା ଏବଂ ଚାଷର ସୁରକ୍ଷା ପାଇଁ ହାତୀ ପଲଙ୍କୁ ଶୀଘ୍ର ଘଉଡ଼ାଇବାକୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏଣୁ ରେଞ୍ଜ ଅଧିକାରୀ ଆଜି ପୋଲିସ ଓ ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking