ବାଲେଶ୍ୱର: ବିଶାଳ ଫାର୍ମ ହାଉସ୍, ୨୦ଟି ଦାମୀ ପ୍ଲଟ୍। ତା ସାଙ୍ଗକୁ ଦୁଇଟି ବହୁତଳୀୟ କୋଠା। ପୂର୍ତ୍ତ ବିଭାଗର ବେତନଟୀ ସବ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ଘରେ ରେଡ୍ ପରେ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ବାଲେଶ୍ୱରର ଅଙ୍ଗାରଗଡ଼ିଆଠାରେ ତାଙ୍କର ୩,୫୦୦ ବର୍ଗଫୁଟ୍ ଅଞ୍ଚଳର ଏକ ତିନି ମହଲା କୋଠା ରହିଥିବାବେଳେ ଖୋର୍ଦ୍ଧାର ବାଲିଅନ୍ତାଠାରେ ରହିଛି ୧,୮୦୦ ବର୍ଗଫୁଟ୍ ଅଞ୍ଚଳର ଦୁଇ ମହଲା କୋଠା।ବାଲେଶ୍ୱର ବସନ୍ତପୁରଠାରେ ପ୍ରାୟ ୫ ଏକର ଜମିରେ ଫାର୍ମହାଉସ୍ କରିଛନ୍ତି ଅରବିନ୍ଦ । ଯେଉଁଠାରେ ୨ଟି ମାଛ ଚାଷ ପୋଖରୀ ଏବଂ ଏକ କୁକୁଡ଼ା ଫାର୍ମ ରହିଛି। ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ୨୦ଟି ଦାମୀ ପ୍ଲଟ୍ । ଏହାଛଡ଼ା ତାଙ୍କଠାରୁ ନଗଦ ୨.୭୭ ଲକ୍ଷ ଟଙ୍କା, ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଆର୍ଥିକ ନିବେଶ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।










