31.1 C
Bhubaneswar
Wednesday, September 30, 2026
Homeଓଡିଶାହିରୋ ମୋଟର୍ସ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

ହିରୋ ମୋଟର୍ସ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ସହଦେବଖୁଣ୍ଟାରେ ଥିବା ହିରୋ ମୋଟର୍ସ ସୋରୁମ୍‌ରେ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୮ଟି ଇଭି ସମେତ ଅନେକ ଦାମୀ ମୋଟରସାଇକଲ୍ । ସୋରୁମ୍‌ର ପ୍ରଥମ ମହଲାରେ ଡିସପ୍ଲେରେ ରଖାଯାଇଥିବା ଗାଡ଼ିଗୁଡ଼ିକ ଜଳିଯାଇଥିବା ଜଣାପଡ଼ିଛି ।ଅଗ୍ନିକାଣ୍ଡ ସମୟରେ ସୋରୁମ୍ ବନ୍ଦ ଥିବାରୁ କୌଣସି କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ । ଫଳରେ ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନାହିଁ । ଖବର ପାଇ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ କ୍ଷୟକ୍ଷତିର ଆକଳନ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking