31.1 C
Bhubaneswar
Wednesday, September 30, 2026
Homeଓଡିଶାଖୋଲିଲା ଗୁଣ୍ଡିଚା ମନ୍ଦିର: ଭକ୍ତ ଦର୍ଶନ କଲେ ଜନ୍ମ ବେଦୀ

ଖୋଲିଲା ଗୁଣ୍ଡିଚା ମନ୍ଦିର: ଭକ୍ତ ଦର୍ଶନ କଲେ ଜନ୍ମ ବେଦୀ

ପୁରୀ: ଖୋଲିଲା ଗୁଣ୍ଡିଚା ମନ୍ଦିର, ଭକ୍ତ ଦର୍ଶନ କଲେ ଜନ୍ମ ବେଦୀ । ସରିଛି ଛଅ ବର୍ଷର ପ୍ରତୀକ୍ଷା । ଆଜିଠାରୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶର ସୁଯୋଗ ପାଇଲେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନର ଘୋଷଣା ମୁତାବକ, ଆଜିଠାରୁ ସର୍ବସାଧାରଣ ପ୍ରବେଶ ପାଇଁ ଉନ୍ମୁକ୍ତ ହୋଇଛି ଗୁଣ୍ଡିଚା ମନ୍ଦିର । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ। କେବଳ ଆଜିଠାରୁ ୩ ତିନି ଦିନ ପର୍ଯ୍ୟନ୍ତ ଭକ୍ତମାନେ ମାଗଣାରେ ପ୍ରବେଶ ସୁଯୋଗ ପାଇବେ।  ଏହାପରେ ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କାର ଟିକେଟ୍‌ କିଣିବାକୁ ପଡ଼ିବ । ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ । ମୋବାଇଲ୍‌ ଓ ଜୋତା ଷ୍ଟାଣ୍ଡର ସୁବିଧା ଉପଲବ୍ଧ ହୋଇଛି।ମାଗଣାରେ ଜୋତା ଓ ମୋବାଇଲ୍‌ ରଖି ଧାଡ଼ିରେ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ ।

 ୮୦ବର୍ଷରୁ ଊର୍ଧ୍ବ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ, ୫ ବର୍ଷରୁ କମ୍‌ ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ଟିକେଟ୍‌ ଲାଗୁ ହେବ ନାହିଁ। ଦିବ୍ୟାଙ୍ଗ, ମହିଳା ଓ ବୟୋଜ୍ୟେଷ୍ଠମାନଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିବ। ଭକ୍ତମାନେ ସିଂହଦ୍ବାର ଦେଇ ଗୁଣ୍ଡିଚା ମନ୍ଦିର ଭିତର କାଠ ପର୍ଯ୍ୟନ୍ତ ଯାଇପାରିବେ । ସେହିଠାରୁ ହିଁ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବେ। ଉଭୟ ପ୍ରବେଶ ଓ ପ୍ରସ୍ଥାନ ସମାନ ଦ୍ବାରରେ ବ୍ୟବସ୍ଥିତ କରାଯାଇଛି।୨୦୨୦ରେ କୋଭିଡ୍‌ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ ରୋକ୍‌ ଲଗାଯାଇଥିଲା । ଅଥଚ କୋଭିଡ୍‌ ପ୍ରଶମିତ ହେବା ପରେ, ଆଉ ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିର ପ୍ରବେଶର ସୁବିଧା ମିଳିନଥିଲା । ଭକ୍ତମାନେ ଦର୍ଶନ ପାଇଁ ଆସୁଥିଲେ ମଧ୍ୟ ଦ୍ବାର ନିକଟରୁ ଲେଉଟି ଯାଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking