33.1 C
Bhubaneswar
Tuesday, September 29, 2026
Homeଓଡିଶାଓରେଡା ଲିମିଟେଡ୍ ପକ୍ଷରୁ ପ୍ରଥମ ଥର ପାଇଁ ୧.୦୭ କୋଟି ଟଙ୍କା ଲାଭାଂଶ ପ୍ରଦାନ

ଓରେଡା ଲିମିଟେଡ୍ ପକ୍ଷରୁ ପ୍ରଥମ ଥର ପାଇଁ ୧.୦୭ କୋଟି ଟଙ୍କା ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନସ୍ଥ ସରକାରୀ ଉଦ୍ୟୋଗ ଓରେଡା ଲିମିଟେଡ୍ ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ରାଜ୍ୟ ସରକାରଙ୍କୁ ୧.୦୭ କୋଟି ଟଙ୍କାର ଲାଭାଂଶ (Dividend) ପ୍ରଦାନ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କୁ ଲାଭାଂଶ ଚେକ୍ ପ୍ରଦାନ କରାଯାଇଛି। ୨୦୨୪ ମେ’ ୯ତାରିଖରେ ପ୍ରତିଷ୍ଠିତ ହୋଇଥିବା ଏହି କମ୍ପାନୀ ନିଜର ପ୍ରଥମ ଆର୍ଥିକ ବର୍ଷରେ ୩.୫୭ କୋଟି ଟଙ୍କାର ନିଟ୍ ଲାଭ (Net Profit) ଅର୍ଜନ କରିପାରିଛି। ପ୍ରତିଷ୍ଠାର ପ୍ରଥମ ବର୍ଷରେ ହିଁ ଲାଭାଂଶ ଘୋଷଣା କରିବା ସହ ତାହା ପ୍ରଦାନ କରିବା ଓରେଡା ଲିମିଟେଡ୍ ପାଇଁ ଏକ ଉଲ୍ଲେଖନୀୟ ସଫଳତା। ଏହା କମ୍ପାନୀର ଆର୍ଥିକ ଅଭିବୃଦ୍ଧି ଏବଂ ସୁଦୃଢ଼ ଆର୍ଥିକ ପରିଚାଳନାକୁ ଦର୍ଶାଉଛି। ଓରେଡା ଲିମିଟେଡ୍ ଓଡ଼ିଶାରେ ନବୀକରଣୀୟ ଶକ୍ତିର ପ୍ରସାର ଏବଂ ସ୍ଥାୟୀ ଶକ୍ତି ସମାଧାନକୁ ପ୍ରୋତ୍ସାହନ ଦେବା ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି। ଉପମୁଖ୍ୟମନ୍ତ୍ରୀଙ୍କ ସହ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଏଫଏ ତଥା ସ୍ୱତନ୍ତ୍ର ସଚିବ ଡଃ ଦେବୀଦତ୍ତ ତ୍ରିପାଠୀ, ଓରେଡାର ସିଇଓ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଅତିରିକ୍ତ ସଚିବ ନିବେଦିତା ମିଶ୍ରଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଲାଭାଂଶ ଚେକ୍ ସରକାରଙ୍କୁ ହସ୍ତାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking