ଭୁବନେଶ୍ୱର : ସମ୍ପତ୍ତି ପାଇଁ ମାଆକୁ ହାଣିଲା ପୁଅ। ପୁଅର କଟୁରୀ ଚୋଟରେ ମାଆ ଗୁରୁତର। ପ୍ରତିବାଦ କରିବାରୁ ଭାଉଜଙ୍କୁ ମଧ୍ୟ କଟୁରୀ ଚୋଟ। ଜାଗାବାଡ଼ି ବଣ୍ଟନକୁ କେନ୍ଦ୍ର କରି ଏପରି ଏକ ସଂଘାତିକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ବଡ଼ ଭାଇଙ୍କୁ ରକ୍ତାକ୍ତ କରିଥିବା ଅଭିଯୁକ୍ତ ସାନ ଭାଇ, ଏବେ ନିଜ ମା’ ଓ ଭାଉଜଙ୍କୁ ଆକ୍ରମଣ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦନପୁର ଥାନା ଅନ୍ତର୍ଗତ ଉଆସ ସାହିରେ।
ଅଭିଯୋଗ ଅନୁଯାୟୀ, ଉଆସ ସାହିର ଶିବ ନାରାୟଣ ପରିଡ଼ା ଜାଗାବାଡ଼ି ବଣ୍ଟନକୁ ନେଇ ନିଜ ମା’ ପଦ୍ମାଳୟା ପରିଡ଼ା ଓ ଭାଉଜ ସସ୍ମିତା ମହାପାତ୍ରଙ୍କୁ ସଂଘାତିକ ଆକ୍ରମଣ କରିଛନ୍ତି। ଗତ ୪ ବର୍ଷ ତଳେ ମଧ୍ୟ ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ଶିବ ନାରାୟଣ ନିଜ ବଡ଼ ଭାଇ ସତ୍ୟ ନାରାୟଣ ପରିଡ଼ାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ପ୍ରାଣାନ୍ତକ ଆକ୍ରମଣ କରିଥିଲା।ପୁଅର ଏଭଳି କାଣ୍ଡ ଓ ପାରିବାରିକ ଅଶାନ୍ତି ମନକୁ ନେଇ ବାପା ଦୁଃଖ ଓ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ। ବାପାଙ୍କ ଦେହାନ୍ତକୁ ମାତ୍ର ୧୪ ଦିନ ବିତିଥିବା ବେଳେ ଏବେ ପରିବାରରେ ଶୋକାକୁଳ ପରିବେଶ ରହିଛି।










