ଭୁବନେଶ୍ୱର : ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଦେଶର ନିର୍ବାଚନ ପଦ୍ଧତିକୁ କଳଙ୍କିତ ତଥା ମୋଦୀ ଓ ସାହାଙ୍କ ସଖୀକଣ୍ଢେଇ ହୋଇ ଏସଆଇଆରରେ ବ୍ୟାପକ ଜାଲିଆତି କରି 15 କୋଟି ଭୋଟରଙ୍କ ନାମ କାଟିଦେଇଛନ୍ତି l ଏହା ବିରୋଧରେ ଜ୍ଞାନେଶଙ୍କ ଇସ୍ତଫା ଦାବୀ ନେଇ ପ୍ରଦେଶ କଂଗ୍ରେସ ତରଫରୁ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ପ୍ରଦର୍ଶନ ଆଜି ପ୍ରତ୍ୟାହୁତ ହୋଇଛି l ଦିଲ୍ଲୀରେ ସିଡବ୍ଲ୍ୟୁସି ବୈଠକରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ଦେଶବ୍ୟାପୀ ପ୍ରତ୍ୟହ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି l ପୁଣି ଆସନ୍ତା ଅକ୍ଟୋବର 8 ତାରିଖ ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ପରିପେକ୍ଷୀରେ କଂଗ୍ରେସ କର୍ମକର୍ତ୍ତାଙ୍କ ଗହଣରେ ଧାରଣା ସ୍ଥଳରୁ ଓପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଧାରଣା ପ୍ରତ୍ୟାହୁତ ହେଲା ବୋଲି ପ୍ରକାଶ କରିଥିଲେ l ଏହା ସହିତ ରାଜ୍ୟର ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ବନ୍ଦ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଆହ୍ୱାନ ଜଣାଇଥିଲେ l










