ଭୁବନେଶ୍ୱର: ରାଉରକେଲା ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ପରିଣତ ପାଇଁ ମଞ୍ଜୁରୀ ମିଳିଛି । ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ବଜେଟରେ ଏୟାରଷ୍ଟ୍ରିପର ଉନ୍ନତୀକରଣ ନିମନ୍ତେ ଅର୍ଥ ବରାଦ କରାଯାଇଛି । ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗ କରିଛନ୍ତି । ମୟୁରଭଞ୍ଜ ଅମର୍ଦ୍ଦା ରୋଡ ଏୟାଷ୍ଟ୍ରିପ ମଧ୍ୟ ବିମାନ ବନ୍ଦର ହେବ । ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।










