27.1 C
Bhubaneswar
Tuesday, September 22, 2026
Homeଓଡିଶାନାଁ ସୁପାରିସରେ ଅନିୟମିତତା ନାହିଁ: ଏଜି

ନାଁ ସୁପାରିସରେ ଅନିୟମିତତା ନାହିଁ: ଏଜି

ସୁପ୍ରିମକୋର୍ଟ: ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ନେଇ ଏଜି ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ନାଁ ସୁପାରିସରେ କୌଣସି ଅନିୟମିତତା କରି ନାହାନ୍ତି । ପ୍ରକାଶ ସିଂ ରାୟ ଆଧାରରେ ରାଜ୍ୟ ସରକାର ନାଁ ସୁପାରିସ କରିଛନ୍ତି । ରାଜ୍ୟ ସରକାର ୧୧ ଜଣିଆ ବରିଷ୍ଠ ଅଧିକାରୀଙ୍କ ତାଲିକା ଦେଇଥିଲେ । ସେମାନଙ୍କ ଭିତରୁ ନାଁରେ ଜଣଙ୍କ ନାଁରେ ସିବିଆଇ ତଦନ୍ତ କରିପାରେ ସୂଚନା ଆସିଲା । ତେଣୁ ଜଣଙ୍କ ନାଁକୁ ରାଜ୍ୟ ସରକାର ବାଦ ଦେଲେ, ଆଉ କିଛି ବଦଳିନି । ସମ୍ପୃକ୍ତ ଅଧିକାରୀ କେଉଁ ଆଧାରରେ ପିଟିସନ କରିଛନ୍ତି ମୁଁ ଜାଣିନି । ମାମଲା ବିଚାରଧୀନ ଥିବାରୁ ଏନେଇ ବିଶେଷ କିଛି ପ୍ରକାଶ କରି ହେବନି । କେତେ ଜଣଙ୍କ ନାଁ ୟୁପିଏସସିକୁ ପଠାଯିବ ତାହା ସୁପ୍ରିମକୋର୍ଟ କହି ନାହାନ୍ତି । ୟୁପିଏସସି ସରକାର ପଠାଇଥିବା ନାଁରୁ ୩ ଜଣଙ୍କ ନାଁ ଡିଜିପି ପାଇଁ ପଠାଇବ । ସେହି ୩ ଜମଙ୍କ ମଧ୍ୟରୁ ରାଜ୍ୟ ସରକାର କାହାକୁ ଡିଜିପି କରିବେ ସମ୍ପୁର୍ଣ୍ଣ ନିଜସ୍ୱ । ଯେଉଁମାନେ ଭାବୁଛନ୍ତି ସରକାର ୟୁପିଏସସିକୁ ୩ଟି ନାଁ ଦେବା କଥା, ତାହା ଭୁଲ । ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି ହୋଇଛି, ପୁଣି କାଲି ବି ଶୁଣାଣି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking