ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଇନ୍ଫୋସିଟି ଛକରେ ମିନିଟ୍ରକ୍ର ଆତଙ୍କ । ଯମଦୂତ ଭଳି ମାଡ଼ି ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଇଛି ମିନିଟ୍ରକ୍ । ପ୍ରାୟ ୫ ଜଣଙ୍କୁ ଚଢ଼ାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ମିନିଟ୍ରକ୍ଟି ପ୍ରଥମେ ଜମାଟୋ ବୟଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ପରେ ଏକାଧିକ ବାଇକ୍, ଅଟୋ ଏବଂ ଜଣେ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇଥିବା ଜଣାପଡ଼ିଛି । ଠେଲାଗାଡ଼ି ଉପରେ ମାଡ଼ିଯିବା ପରେ ଦୁଇଟି ଅଟୋକୁ ଦୁଇ ପାର୍ଶ୍ୱରୁ ଧକ୍କା ଦେଇଥିଲା ମିନିଟ୍ରକ୍ । ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଅଟୋରେ ଥିବା ଯାତ୍ରୀମାନେ ଭୟରେ ଦୌଡ଼ି ପଳାଇଥିଲେ। ଗାଡ଼ି ତଳେ ଏକ ସ୍କୁଟି, ଦୁଇଟି ବାଇକ୍ ଏବଂ ଅଟୋ ଚାପି ହୋଇ ରହିଥିବା ଦେଖିବାକୁ ମିଳିଛି ।ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଲୋକେ ମିନିଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି ।










