32.1 C
Bhubaneswar
Thursday, September 17, 2026
Homeଓଡିଶାପୁରୀରେ ବିଭିନ୍ନ ଖଜା ଗୋଦାମ ଉପରେ ପୁଲିସର ଚଢ଼ାଉ

ପୁରୀରେ ବିଭିନ୍ନ ଖଜା ଗୋଦାମ ଉପରେ ପୁଲିସର ଚଢ଼ାଉ

ପୁରୀ: ପୁରୀ ସହରରେ ବିଭିନ୍ନ ଖଜା ଗୋଦାମ ଉପରେ ପୁଲିସର ଚଢ଼ାଉ । ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍। ଟାଉନ ପୁଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି । ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର ଏବଂ ନକଊି ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଏବଂ ଆଖପାଖ ଅଞ୍ଚଳରେ ଥିବା ଅନେକ ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ ଚାଲିଛି । ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଉଛି । ଭେଜାଲ କିମ୍ବା ନିମ୍ନମାନର ଖଜା ଜବତ କରାଯିବା ସହ ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking