30.1 C
Bhubaneswar
Sunday, September 13, 2026
Homeଓଡିଶାପୋଲିସ ଉପରକୁ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣ: କନେଷ୍ଟବଳ ଗୁରୁତର

ପୋଲିସ ଉପରକୁ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣ: କନେଷ୍ଟବଳ ଗୁରୁତର

ଜଗତସିଂହପୁର : ଡ୍ରଗ୍ସ ମାଫିଆଙ୍କ ଦୌରାତ୍ମ । ପୋଲିସ ଉପରକୁ ଡ୍ରଗ୍ସ ମାଫିଆଙ୍କର ମରଣାନ୍ତକ ଆକ୍ରମଣ। ଜଗତସିଂହପୁର ଜିଲ୍ଲାରୁ ଆସିଛି ଏପରି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ଛାନ୍‌ଭିନ୍‌ ।ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ଚାଲିଥିବା ସମୟରେ ଡ୍ରଗ୍ସ କାରବାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ମାଫିଆମାନେ ପୋଲିସ ଉପରକୁ କାର ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ପୋଲିସ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଡ୍ରଗ୍ସ ମାଫିଆ ଭିକି ପରିଜା ଓ ଜାକି ପରିଜାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking