30.1 C
Bhubaneswar
Sunday, September 13, 2026
Homeଦେଶ ବିଦେଶୟୁକ୍ରେନ୍‌ରେ ମିସାଇଲ୍ ମାଡ଼: ୫୦୦ ଡ୍ରୋନ୍‌-ମିସାଇଲ୍ ଆକ୍ରମଣ, ୯ ମୃତ

ୟୁକ୍ରେନ୍‌ରେ ମିସାଇଲ୍ ମାଡ଼: ୫୦୦ ଡ୍ରୋନ୍‌-ମିସାଇଲ୍ ଆକ୍ରମଣ, ୯ ମୃତ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟାନକ ରୂପ ନେଇଛି । ୟୁକ୍ରେନ୍‌ର ବିଭିନ୍ନ ସହରକୁ ଟାର୍ଗେଟ୍ କରି ରୁଷିଆ ପକ୍ଷରୁ ଏକକାଳୀନ ପ୍ରାୟ ୫୦୦ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରାଯାଇଥିବା ଜଣାପଡ଼ିଛି ।କ୍ରାମାଟୋର୍ଷ୍ଟ, ଜାଇଟୋମିର୍, ଜାପୋରିଜିଆ ସମେତ କିଭ୍‌ରେ ମଧ୍ୟ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆବାସିକ କୋଠା ଓ ଜରୁରୀକାଳୀନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ଅନେକ ଲୋକ ଆହତ ହୋଇଛନ୍ତି । କଳାସାଗର ଅଞ୍ଚଳର ଓଡେସା ବନ୍ଦରରେ ଏକ ମାଲବାହୀ ଜାହାଜକୁ ମଧ୍ୟ ରୁଷିଆ ପକ୍ଷରୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରୁଷିଆର ଆକ୍ରମଣର ପାଲଟା ଜବାବ ଦେଇ ୟୁକ୍ରେନ୍ ମଧ୍ୟ ରୁଷିଆର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି ।ୟୁକ୍ରେନ୍ ପକ୍ଷରୁ ରୁଷିଆର ଏକ ପ୍ରମୁଖ ସିନ୍ଥେଟିକ୍ ରବର ଓ ମିସାଇଲ୍ ଇନ୍ଧନ ଉତ୍ପାଦନକାରୀ କାରଖାନାକୁ ଟାର୍ଗେଟ୍ କରାଯାଇଥିବା ସୂଚନା ମିଳିଛି । ଉଭୟ ପକ୍ଷର ଏହି ପରସ୍ପର ଆକ୍ରମଣ ଯୋଗୁଁ ଯୁଦ୍ଧ ଆହୁରି ତୀବ୍ର ହେବା ଆଶଙ୍କା ବଢ଼ିଛି । ଏହାରି ଭିତରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବଡ଼ ଅଭିଯୋଗ ଆଣିଛନ୍ତି । ଯୁଦ୍ଧକ୍ଷେତ୍ରରୁ ଦୂରେଇ ରୁଷିଆ ଏବେ ୟୁକ୍ରେନ୍‌ର ଅର୍ଥନୀତି ଓ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ୟୁକ୍ରେନ୍‌ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ରୁଷିଆ ଯୋଜନାବଦ୍ଧ ଭାବେ ଆକ୍ରମଣ କରୁଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking