32.1 C
Bhubaneswar
Thursday, September 17, 2026
Homeଓଡିଶାସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ୩୬୫ ଦିନ ପ୍ରସ୍ତୁତ ସରକାର

ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ୩୬୫ ଦିନ ପ୍ରସ୍ତୁତ ସରକାର

ଭୁବନେସ୍ଵର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ନିଜ ନିଜ ପୂର୍ବାନୁମାନ ଓ ଆକଳନ କରୁଛନ୍ତି । ତେବେ ଏସବୁ ଆକଳନ ମଧ୍ୟରେ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଘରୋଇ ସଂସ୍ଥାମାନେ ସେମାନଙ୍କ ଅନୁମାନ କରନ୍ତୁ, କିନ୍ତୁ ସରକାରଙ୍କ ପ୍ରସ୍ତୁତି ୩୬୫ ଦିନ ଜାରି ରହିଛି । ବିପର୍ଯ୍ୟୟର ସଠିକ୍ ଆକଳନ ଓ ଆଗୁଆ ସୂଚନା ପାଇଁ ରାଜ୍ୟରେ ଅତ୍ୟାଧୁନିକ ଡପଲର୍ ରାଡାର୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଉଛି ।

ଗତକାଲି ସମ୍ବଲପୁରରେ ଡପଲର୍ ରାଡାର୍ ସ୍ଥାପନ କରାଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର୍ ରାଡାର୍ ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଗତିପଥ ଓ ପ୍ରଭାବକୁ ଅଧିକ ସଠିକ୍ ଭାବେ ଆକଳନ କରିହେବ ବୋଲି କୁହାଯାଇଛି ।ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଭଳି ଅଞ୍ଚଳରୁ ମଧ୍ୟ ତଥ୍ୟ ସଂଗ୍ରହ କରି ଆଗୁଆ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଯାଏଁ ବାତ୍ୟା ନେଇ ସେଭଳି କୌଣସି ନିଶ୍ଚିତ ଆକଳନ ହୋଇନଥିବା କହିବା ସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ ବୋଲି ସୁରେଶ ପୂଜାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking