27.1 C
Bhubaneswar
Tuesday, September 22, 2026
Homeଓଡିଶାକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱର : 12 ମାସରେ 13 ପର୍ବ ପାଳିତ ହେଉଥିବା ଉତ୍କଳର ମଣିମା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ କାଲି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଏହି ସ୍ୱତନ୍ତ୍ର ନୀତି ଯୋଗୁଁ କାଲି କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଆସନ୍ତା କାଲି ବୁଧବାର ଦିନ, ଭାଦ୍ରବ – ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିୟୁଙ୍କର ବାମନ ଜନ୍ମ ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀ ଜଗନ୍ନାଥଙ୍କ 32 ପ୍ରକାର ବେଶ ମଧ୍ୟରୁ ବାମନ ଜନ୍ମ ନୀତି ଅବସରରେ ଶ୍ରୀ ଜିୟୁଙ୍କର ବଳି ବାମନ ବେଶ ଅନୁଷ୍ଠିତ ହେବ । ଏଥିଲାଗି ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ପାର୍ଶ୍ୱବର୍ତ୍ତୀ ମନ୍ଦିରର ଦର୍ଶନରେ ସର୍ବସାଧାରଣ ଦର୍ଶନ ଖୋଲାରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking