ଭୁବନେଶ୍ୱର: ଦକ୍ଷିଣ ଓଡିଶାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଏପଟେ ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଥିବା ବେଳେ , ଆଗକୁ ଆହୁରି ଦୁଇ ଦିନ ଯାଏଁ ସ୍କୁଲ ଛୁଟି ବଢିପାରେ ବୋଲି ଚର୍ଚ୍ଚା ହେଉଛି । ବାରମ୍ବାର ଅତ୍ୟଧିକ ବର୍ଷା ଓ ପ୍ରତିକୂଳ ପାଣିପାଗ ଯୋଗୁଁ ସ୍କୁଲ ବନ୍ଦ ରହୁଛି । ଫଳରେ ଶିକ୍ଷାବର୍ଷ ପ୍ରଭାବିତ ହେବା ସହ ପିଲାମାନଙ୍କ ପାଠପଢାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ତେବେ ଛୁଟି ଯୋଗୁଁ ପାଠପଢାରେ ଯେଉଁ ବ୍ୟାହତ ହେବ, ତାହାକୁ ଆବଶ୍ୟକ ପଡିଲେ, ଅତିରିକ୍ତ କ୍ଲାସ ମାଧ୍ୟମରେ ଭରଣା କରାଯିବ । କୋରାପୁଟ ଓ ନବରଙ୍ଗପୁରରେ ବର୍ଷାର ପ୍ରଭାବ ଥିଲେ ମଧ୍ୟ ବିଶେଷ କ୍ଷୟକ୍ଷତି ହୋଇନାହିଁ । ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ଏପଟେ ବର୍ଷାଜନିତ ସ୍ଥିତିର ସମୀକ୍ଷା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ମାଲକାନଗିରି ଗସ୍ତ କରିଛନ୍ତି । ସେପଟେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ପାଠପଢାରେ ହୋଇଥିବା କ୍ଷତିକୁ ଏକ୍ସଟ୍ରା କ୍ଲାସ ମାଧ୍ୟମରେ ଭରଣା କରାଯିବା ଉପରେ ଗୁରୁତ୍ୱ ଦିଆଯିବ ।









