26.1 C
Bhubaneswar
Thursday, September 24, 2026
Homeଓଡିଶାବାଲିମାଫିଆଙ୍କ ବିରୋଧରେ ଖଣି ବିଭାଗର କଡା କାର୍ଯ୍ୟାନୁଷ୍ଠାନ

ବାଲିମାଫିଆଙ୍କ ବିରୋଧରେ ଖଣି ବିଭାଗର କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବାଲିମାଫିଆଙ୍କ ବିରୋଧରେ ଖଣି ବିଭାଗର କଡା କାର୍ଯ୍ୟାନୁଷ୍ଠାନ । ୨୦୨୬ ଜାନୁଆରୀରୁ ଅଗଷ୍ଟ ୩୧ ବାଲିଘାଟ ଉପରେ ଖଣି ବିଭାଗର ଚଢାଉ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧ କୋଟି ୧୯ ଲକ୍ଷ ଜରିମାନା ଆଦାୟ କରାଯାଇଛି । ୩୦ ଜିଲ୍ଲାରୁ ସର୍ବାଧିକ କୋରାପୁଟର ୨୯୪ ବାଲି ଉତ୍ସ ଉପରେ ଚଢାଉ କରାଯାଇଛି । ୧୧ଟି ମାମଲା ରୁଜୁ କରାଯାଇଛି । ୨ କୋଟି ୩୭ ଲକ୍ଷ ୮୭ ହଜାର ଟଙ୍କା ଜବତ କରାଯାଇଛି । ବାଲେଶ୍ୱରର ୨୯୧ ସ୍ଥାନରେ ରେଡ କରାଯାଇଛି । ୨୩୪ଟି ମାମଲା ରୁଜୁ କରାଯାଇଛି । ୧.୫୫ କୋଟି ଟଙ୍କା ଜବତ କରାଯାଇଛି । ଗଞ୍ଜାମର ୧୬୦ ବାଲି ଉତ୍ସରେ ରେଡ, ୧ କୋଟି ୮୫ ଲକ୍ଷ ଜରିମାନା ଆଦାୟ କରାଯାଇଛି । ଦେବଗଡରୁ ୩୩ ଗାଡିରୁ ଜରିମାନା ଆଦାୟ, ମୟୁରଭଞ୍ଜରେ ୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking