27.1 C
Bhubaneswar
Thursday, September 24, 2026
Homeଓଡିଶାଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣୀ ପାଇଁ ପୁଲିସର ପ୍ରସ୍ତୁତି: ଭିଡ଼ ନିୟନ୍ତ୍ରଣ, ଚୋରି-ଛିନ୍‌ତାଇ ରୋକିବା ଉପରେ...

ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣୀ ପାଇଁ ପୁଲିସର ପ୍ରସ୍ତୁତି: ଭିଡ଼ ନିୟନ୍ତ୍ରଣ, ଚୋରି-ଛିନ୍‌ତାଇ ରୋକିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ପୁଲିସ୍‌ ସେବା ଭବନରେ ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣୀ ଉତ୍ସବ ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା ଓ ଭସାଣୀ କିଭଳି ହେବ, ସେନେଇ ଆଲୋଚନା କରାଯାଇଛି ।ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ, ଲୋକଙ୍କ ସୁରକ୍ଷା ଏବଂ ଚୋରି-ଛିନ୍‌ତାଇ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଛି । ବୈଠକରେ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଯୋଗଦେଇ ନିଜ ନିଜ ସମସ୍ୟା ଓ ପ୍ରସ୍ତାବ ରଖିଛନ୍ତି । କମିସନରେଟ୍‌ ପୁଲିସ ପକ୍ଷରୁ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ଆଲୋଚନା ହୋଇଛି ।ବୈଠକରେ ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଏକାମ୍ର ବିଧାୟକ ବାବୁ ସିଂ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକଙ୍କ ସମେତ ଭୁବନେଶ୍ୱରର ବିଭିନ୍ନ ଥାନା ଅଧିକାରୀ, ଏସିପି, ଅତିରିକ୍ତ ଡିସିପି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking