27.1 C
Bhubaneswar
Thursday, September 24, 2026
Homeଦେଶ ବିଦେଶଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା ସିଜେପି

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା ସିଜେପି

ନୂଆଦିଲ୍ଲୀ: ସ୍ବତନ୍ତ୍ର ଭୋଟର ତାଲିକା (ଏସ୍‌ଆଇଆର୍‌) ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ୪୮ ଘଣ୍ଟା ଭିତରେ ଇସ୍ତଫା ଦିଅନ୍ତି ବୋଲି କକ୍ରୋଚ ଜନତା ପାର୍ଟି (ସିଜେପି) ଦାବି କରିଛି। ଯଦି ଜ୍ଞାନେଶ କୁମାର ୪୮ ଘଣ୍ଟା ଭିତରେ ଇସ୍ତଫା ନଦିଅନ୍ତି ତାହା ହେଲେ ଦେଶସାରା ଆନ୍ଦୋଳନ କରିବାକୁ ସିଜେପି ଧମକ ଦେଇଛି। ଏସ୍‌ଆଇଆର୍‌ ଓ ଅନ୍ୟ ନିର୍ବାଚନୀ ଅନିୟମିତତାକୁ ନେଇ ନିର୍ବାଚନ କମିଶନରମାନଙ୍କ ମଧ୍ୟରେ ମତଭେଦ ଉପରେ ଇଂରାଜୀ ଦୈନିକ ଖବରକାଗଜ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ରିପୋର୍ଟ ପରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଜେପି ଆଗାମୀ ସମସ୍ତ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ମଧ୍ୟ ଦାବି କରିଛି। ସିଜେପିର ପ୍ରତିଷ୍ଠାତା ତଥା ସଂଯୋଜକ ଅଭିଜିତ ଦୀପକେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ତାଙ୍କ ସଂଗଠନ ନୂଆଦିଲ୍ଲୀ ଓ ଦେଶବ୍ୟାପୀ ପ୍ରତିବାଦ ସଭା କରିବ। ସିଜେପିର ସହ-ସଂଯୋଜକ ସୌରଭ ଦାସ ତିନୋଟି ଦାବି ଉପସ୍ଥାପନ କରିଥିଲେ, ସିଇସିଙ୍କ ଇସ୍ତଫା, ଜ୍ଞାନେଶ କୁମାରଙ୍କୁ ନିର୍ଦ୍ଦେଶ ଦେଉଥିବା ଲୋକଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଓ ଆଗାମୀ ସମସ୍ତ ନିର୍ବାଚନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ସିଜେପି ଆହୁରି ମଧ୍ୟ ଦାବି କରିଛି ଯେ, ନିର୍ବାଚନ ପାଇଁ ୨୦୨୫ ଭୋଟର ତାଲିକା ଆଧାର ହେଉ, ଏସ୍‌ଆଇଆର୍‌-ସମ୍ବନ୍ଧିତ ଫାଇଲଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ କମିଟିର ହେପାଜତରେ ରଖାଯାଉ ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନିୟନ୍ତ୍ରଣ କରୁଥିବା ଆଇନକୁ ରଦ୍ଦ କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking