29.1 C
Bhubaneswar
Saturday, September 19, 2026
Homeଓଡିଶାକଥା କଟାକଟିକୁ ନେଇ ହିଂସାକାଣ୍ଡ

କଥା କଟାକଟିକୁ ନେଇ ହିଂସାକାଣ୍ଡ

ବରଗଡ଼: କଥା କଟାକଟିକୁ ନେଇ ହିଂସାକାଣ୍ଡ । ବରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଟାଉନ୍ ଥାନା ପାତିକାରପାଳୀରେ କୌଣସି କଥା କଟାକଟିକୁ ନେଇ ପରିସ୍ଥିତି ଏପରି ଭୟଙ୍କର ରୂପ ନେଇଥିଲା ଯେ, ଉଭୟ ପକ୍ଷ ଭୁଜାଲି ଓ ଛୁରୀ ଭଳି ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏହି ଗୋଷ୍ଠୀ ସଂଘର୍ଷରେ ମୋଟ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ରେଫର କରାଯାଇଥିବା ବେଳେ। ଅନ୍ୟମାନେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ବରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking