29.1 C
Bhubaneswar
Saturday, September 19, 2026
Homeଦେଶ ବିଦେଶ୭ ଓଡିଆଙ୍କ ମୃତ୍ୟୁ: ପିଏମ ରିଲିଫ ଫଣ୍ଡରୁ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ

୭ ଓଡିଆଙ୍କ ମୃତ୍ୟୁ: ପିଏମ ରିଲିଫ ଫଣ୍ଡରୁ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ

ଭୋପାଳ: ମଧ୍ୟପ୍ରଦେଶରେ ଭାସିଯାଇ ୭ ଓଡିଆଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ କେନ୍ଦ୍ରରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିବ କ୍ଷତିପୂରଣ । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିବାବେଳେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ସମସ୍ତେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳ ବୋଲି ସୂଚନାରୁ ଜଣାପଡ଼ିଛି। ଗୋଟିଏ ପରିବାରର ପୁଅ, ଝିଅ, ୨ ନାତି, ୨ ନାତୁଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଅବିବାହିତ ଝିଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ନିର୍ବନ୍ଧ ହୋଇଥାନ୍ତା। ପରିବାର ସଦସ୍ୟ, ବନ୍ଧୁବାନ୍ଧବ ବାହାରକୁ ବୁଲି ଯାଇଥିଲା ବେଳେ ଏହି ଅଘଟଣ ଘଟିଛି। ଅଗର ମାଲଓ୍ବା ଜିଲାର ନଲଖେଡ଼ାର ଏକ ଝରଣାରେ ଭାସି ଯାଇଛନ୍ତି। ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ କାର୍‌ ଯୋଗେ ଯିବାବେଳେ ଝରଣାରେ ବଢ଼ି ପାଣି ପାର୍‌ ପାଇଁ ଡ୍ରାଇଭରଙ୍କ ଦୁଃସାହସରୁ ଏପରି ଦୁଃଖଦ ଘଟଣା ଘଟିଛି। ତେବେ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନାରୁ ପ୍ରକାଶ।]

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking