ଭୁବନେଶ୍ୱର: ହିନ୍ଦ ମଜଦୁର ସଭା ଓଡିଶା ଶାଖାର ୧୫ତମ ରାଜ୍ୟ ସମ୍ମିଳନୀ ରେଲୱେ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥଡ଼ିଏ ନବ ନିର୍ବାଚିତ ସଭାପତି ଭାବରେ ଆଠଗଡର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଧାରଣ ସମ୍ପାଦକ ଭ୍ଲାରେ ଶଙ୍କର ପ୍ରସାଦ ବେହେରା, କାର୍ଯ୍ୟକାରୀ ସଭାପତି ଭାବରେ ଲକ୍ଷ୍ମୀଧର ସାହୁ ପ୍ରମୁଖ ଅପ୍ରତିଦ୍ବନ୍ଦୀ ଭାବରେ ନିର୍ବାଚିତ ହୋଇଥିଲେ ।ନବ ନିର୍ବାଚିତ ରାଜ୍ୟ ହିନ୍ଦ ମଜଦୁର ସଭାପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ଅଭିଭାଷଣରେ କହିଲେ ଯେ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ସମସ୍ତଙ୍କ ମଧ୍ୟରେ ଏକତର ଆବଶ୍ୟକ ରହିଛି । ଏହି ଏକତାକୁ ଉପଲବ୍ଧି କରିଛନ୍ତି କେନ୍ଦ୍ରୀୟ ହିନ୍ଦ ମଜଦୁର ସଭା ନେତୃବୃନ୍ଦ । ସେମାନେ ଓଡିଶା ଏଚ.ଏମ.ଏସ କୁ ଦୃଢ ଭାବରେ ତୋଳିବା ପାଇଁ ସମସ୍ତ କାର୍ଯ୍ୟକ୍ରମକୁ ଆନ୍ଦୋଳନ କୁ ଜୋର୍ଦାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଆଗାମୀ ଦିନରେ ହିନ୍ଦ ମଜଦୁର ସଭା ଓଡିଶା କୁ ମଜବୁତ କରିବା ପାଇଁ ସମସ୍ତେ ଏକ ହେବ ଉଚିତ ବୋଲି ସ୍ବାଇଁ ମତବ୍ୟକ୍ତ କରିଥିଲେ ।ଏହି ସଭାରେ ଅନ୍ୟତମ ଅତିଥ୍ ଭାବରେ ଜାତୀୟ ଏଚ.ଏମ.ଏସ ସମ୍ପାଦକ ମୁକେଶ ବଗଲ, ଜାତୀୟ ଏଚ.ଏମ.ଏସ ମହିଳା ଶାଖା ସଭାପତି ଚମ୍ପା ବର୍ମା, CITU ରାଜ୍ୟ ସାଧାରଣ ସମ୍ପାଦକ ଉଲ୍ଲାସ ଚନ୍ଦ୍ର ସ୍ବାଇଁ, ଶ୍ରମିକ ନେତା AICTUC ର କିଶୋର ଜେନା, ବରିଷ୍ଠ ସାମ୍ବାଦିକ ତଥଗା ସଂଳାପକ ସତୀଶ ମିଶ୍ର, ଯୁଧୃଷ୍ଟିର ମହାରଣା, ରେଲୱେ ଶ୍ରମିକ ନେତା ପି. କେ. ପାଟଶାଣୀ, ପ୍ରହଲ୍ଲାଦ ସାହୁ, ବିରଜା କିଂକର ନାୟକ, ମନୋରଞ୍ଜନ ମହାରଣା, ସଂଯୁକ୍ତ ମହଲ ପ୍ରମୁଖ ନେତୃବୁନ୍ଦ ଯୋଗ ଦେଇଥିଲେ । ଏଥିରେ ୩୦ ଟି ଜିଲ୍ଲାର ବହୁ ଶ୍ରମିକ ପ୍ରତିନିଧ୍ ପ୍ରମୁଖ ଯୋଗ ଦେଇ ଏହାକୁ ସଫଳ କରିଥିଲେ ।










