29.1 C
Bhubaneswar
Saturday, September 19, 2026
Homeଓଡିଶାଖୁବଶୀଘ୍ର ସମସ୍ତ ବାସହୀନଙ୍କୁ ମିଳିବ ପିଏମ୍‌ ଆବାସ: କମଲେଶ ପାସୱାନ

ଖୁବଶୀଘ୍ର ସମସ୍ତ ବାସହୀନଙ୍କୁ ମିଳିବ ପିଏମ୍‌ ଆବାସ: କମଲେଶ ପାସୱାନ

ନୂଆଦିଲ୍ଲୀ :  ଓଡ଼ିଶାରେ ଆଉ କେହି ବାସହୀନ ରହିବେ ନାହିଁ । ଖୁବଶୀଘ୍ର ସମସ୍ତ ବାସହୀନଙ୍କୁ ପିଏମ୍‌ ଆବାସ ଯୋଜନାରେ ଘର ଦିଆଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ କମଲେଶ ପାସୱାନ ।ମନ୍ତ୍ରୀ କହିଛନ୍ତି, ଦେଶର କୌଣସି ବ୍ୟକ୍ତି ଘର କିମ୍ବା ଶୌଚାଳୟ ବିନା ରହିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ କହିଥିଲେ । ଏହା ପରେ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ସାରା ଦେଶରେ ସର୍ଭେ ଆରମ୍ଭ ହୋଇଛି। ସମସ୍ତ ରାଜ୍ୟରୁ ରିପୋର୍ଟ ମଗାଯାଇଥିବା ବେଳେ ବାସହୀନଙ୍କ ତାଲିକା ପ୍ରସ୍ତୁତ ହେଉଛି । ସର୍ଭେ ଆଧାରରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଓ ପଞ୍ଜାବ ଭଳି ରାଜ୍ୟର ବାସହୀନଙ୍କୁ ପିଏମ୍‌ ଆବାସ ଯୋଜନାରେ ଘର ଦିଆଯିବ ବୋଲି କହିଛନ୍ତି କମଲେଶ ପାସୱାନ । ଓଡ଼ିଶାରେ ମଧ୍ୟ ଖୁବଶୀଘ୍ର ସମସ୍ତ ବାସହୀନଙ୍କୁ ଆବାସ ମିଳିବ ବୋଲି ସେ କହିଛନ୍ତି ।

ଆବାସ ଯୋଜନାକୁ ନେଇ ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଅଭିଯୋଗ କରିବା ସହଜ । ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନେ ଓଡ଼ିଶାରେ କେତେ ବର୍ଷ ଶାସନ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆବାସ ସହ ଗ୍ରାମୀଣ ସଡ଼କ ବିକାଶ କାର୍ଯ୍ୟକୁ ମଧ୍ୟ ଆଗକୁ ନିଆଯିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking