ପୁରୀ: ପୁରୀ ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ସମ୍ଭବତଃ ଆସନ୍ତା ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଖୋଲାଯିବ ଶ୍ରୀଗୁଣ୍ଡିଚା ମନ୍ଦିର। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ମୁଖ୍ୟ ପ୍ରଶାସକ କହିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର କୁ ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଛୋଟ ଶିଶୁଙ୍କ ପାଇଁ ଏହି ପ୍ରବେଶ ଶୁଳ୍କ ଲାଗୁ ହେବ ନାହିଁ। ଭକ୍ତମାନେ କେବଳ ଏବେ ଆଡ଼ପ ମଣ୍ଡପକୁ ଦର୍ଶନ କରିପାରିବେ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନ ବୁଲିବା ପାଇଁ ଅନୁମତି ଦିଆଯିବ। ଭକ୍ତଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଟିକେଟ କାଉଣ୍ଟର, ଜୋତା ଷ୍ଟାଣ୍ଡ ବ୍ୟବସ୍ଥା ରହିବ। ଜୋତା ଷ୍ଟାଣ୍ଡ ଏବଂ ମୋବାଇଲ୍ ଷ୍ଟାଣ୍ଡ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ଗୁଣ୍ଡିଚା ମନ୍ଦିର କୁ ସମ୍ପୂର୍ଣ୍ଣ ସିସିଟିଭି ବଳୟରେ ରଖାଯିବ।ଅନ୍ୟପଟେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଗାମୀ ଦିନରେ ମହାପ୍ରସାଦ ଦର ତାଲିକା ଲଗାଯିବ।ଏନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯିବ।










