ନୂଆଦିଲ୍ଲୀ: ଆମେରିକାର ସେନା କହିଛି, ହର୍ମୁଜ୍ ପ୍ରଣାଳୀରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି ଛୋଟ ଇରାନୀ ଡଙ୍ଗାକୁ ଗୁଳି କରି ନଷ୍ଟ କରାଯାଇଛି। ଇରାନର ଜଳସୀମାରେ ଡଙ୍ଗା ଦୁଇଟି ଆମେରିକା ନୌସେନା ଦ୍ୱାରା ପରିଚାଳିତ ଏକ ସାମୁଦ୍ରିକ ଡ୍ରୋନ୍କୁ ଚୋରି କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଆମେରିକା ସେନାର ପାଲଟା ଜବାବରେ ଉଦ୍ୟମ ପଣ୍ଡ ହୋଇଥିଲା ବୋଲି ସେଣ୍ଟକମର ମୁଖପାତ୍ର କ୍ୟାପ୍ଟେନ୍ ଟିମ୍ ହକିନ୍ସ ସୂଚନା ପ୍ରଦାନ କରିଥିବା ଆସୋସିଏଟେଡ୍ ପ୍ରେସ୍ କହିଛି।
ହକିନ୍ସ କହିଛନ୍ତି, ଡ୍ରୋନ୍ଟି ଏକ ‘ସେଲଡ୍ରୋନ୍’ ଥିଲା, ଯାହା ପ୍ରାୟ ୨୫ ଫୁଟ ) ଲମ୍ବ ବିଶିଷ୍ଟ ଏକ ଛୋଟ ମାନବହୀନ ଜାହାଜ ଯାହା ନିଜେ କାର୍ଯ୍ୟ କରିବାକୁ ସକ୍ଷମ। ଆମେରିକା କେନ୍ଦ୍ରୀୟ କମାଣ୍ଡ ସାମୁଦ୍ରିକ ଯାତାୟାତ ଉପରେ ନଜର ରଖିବା ପାଇଁ ବହୁ ବର୍ଷ ଧରି ଏହି ଅଞ୍ଚଳରେ ଏପରି ଡ୍ରୋନ୍ ବ୍ୟବହାର କରିଆସୁଛି। କମାଣ୍ଡ ଦ୍ୱାରା ସମସ୍ତ ସାମୁଦ୍ରିକ ଡ୍ରୋନ୍ର ପରିଚାଳନା ସମ୍ପୂର୍ଣ୍ଣ ସତର୍କତା ସହିତ କରାଯାଇଥାଏ ବୋଲି ସେ କହିଛନ୍ତି। ତେବେ ଇରାନ ଏହି ଘଟଣାର ଭିନ୍ନ ଏକ ବିବରଣୀ ଦେଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି, ଇରାନର ଦକ୍ଷିଣ ଉପକୂଳର ହର୍ମୋଜଗାନ ପ୍ରଦେଶରେ ଦୁଇଟି ମାଛ ଧରା ଡଙ୍ଗା ଆକ୍ରମଣର ଶିକାର ହୋଇଛି ଏବଂ ଅନେକ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ରିପୋର୍ଟ ମିଳିଛି।










