ଭୁବନେଶ୍ୱର: ପୁଣି ଡରାଇଲାଣି ବାତ୍ୟା। ଏଇ ମାସରେ ଆସିପାରେ ବାତ୍ୟା। ଏ ନେଇ ପୂର୍ବାନୁମାନ କରୁଛନ୍ତି ବିଭିନ୍ନ ମଡେଲ୍। ଆମେରିକାର ଜିଏଫ୍ଏସ୍, ୟୁରୋପର ECMWF, AI, ତଥା IMD ମଡେଲରେ ବି ବାତ୍ୟା ନେଇ ଆକଳନ କରୁଛି। ଆମେରିକୀୟ ଜିଏଫ୍ଏସ୍ ମଡେଲର ଆକଳନ ଆସନ୍ତା ଅନୁଯାୟୀ ୧୮ରୁ ୧୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଚାଇନା ସାଗରରୁ ଅବଶିଷ୍ଟାଂଶ ଭାବେ ପ୍ରବେଶ କରିବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି କ୍ଷ ଯାହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହା ପୂର୍ବ ଉପକୂଳ ଆଡକୁ ଗତିକରି ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁ ହେବା ସହ ଓଡ଼ିଶା ପ୍ରଭାବିତ ହେବାର ସମ୍ଭାବନା ଦର୍ଶାଉଛିକ୍ଷ ଗତ ଗୁରୁବାର ପ୍ରକାଶିତ IMD ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଥାଇଲାଣ୍ଡ ଉପକୂଳରେ ପ୍ରବେଶ କରିବାର ସମ୍ଭାବନା ରହିଛି।










