ବ୍ରହ୍ମପୁର: ବ୍ରହ୍ମପୁରରେ ବୋମାମାଡ଼ । ସଦର ଥାନା କୁକୁଡ଼ାଖଣ୍ଡିରେ ବୋମାମାଡ଼ । ୫ଟି ବାଇକରେ କିଛି ଦୁର୍ବୃତ୍ତ ଆସି ୪ଟି ବୋମାମାଡ଼ କରିଛନ୍ତି । ବୋମା ଫିଙ୍ଗି ଦୁର୍ବୃତ୍ତମାନେ ବାଇକରେ ଫେରାର ହେବା ବେଳେ ଗାଁ ଲୋକେ ପଥର ମାଡ଼ କରିଥିଲେ । ପଥର ମାଡ଼ ବେଳେ ୨ ଜଣ ଆହତ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ଦୁଇ ଜଣଙ୍କୁ ବାନ୍ଧି ରଖିଥିଲେ ଗାଁ ଲୋକ ।ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲା । ଗାଁ ଲୋକେ ପୋଲିସ ଗାଡ଼ିକୁ ବି ଛାଡ଼ିନାହାନ୍ତି । ଗତକାଲି ଦିନରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ କୁକୁଡ଼ାଖଣ୍ଡି ମୁଖ୍ୟ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ଯୁବକ ଜଣଙ୍କ ସାମାନ୍ୟ ଆହତ ହୋଇଥିଲେ । ଏହାକୁ ନେଇ ସାହିରେ ଉତ୍ତେଜନା ଚାଲିଥିବା ବେଳେ, ପୁଣି ଥରେ ଦୁର୍ବୃତ୍ତ ମାନେ ଆସି ସାହି ଭିତରେ ପଶି ଆତଙ୍କ ଖେଳାଇବାକୁ ଚେଷ୍ଟା କରି ବୋମାମାଡ କରିଥିଲେ ।










