ନୂଆଦିଲ୍ଲୀ: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଶୁଭଚ୍ଛୋ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଁ ଦେଶବାସୀଙ୍କୁ ବିଶେଷକରି ଓଡିଶାବସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂଆଁକାଇ କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ପଂକ୍ତି ଭୋଜନ ଓ ବନ୍ଧୁ ମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ପ୍ରତୀକ ମଧ୍ୟ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଛନ୍ତି ।









