28.1 C
Bhubaneswar
Saturday, September 12, 2026
HomeଓଡିଶାBRICSରେ ମୋଦୀଙ୍କ ବଡ଼ ବାର୍ତ୍ତା: ‘ଗ୍ଲୋବାଲ ସାଉଥ୍‌’ର ଭୂମିକା ବଢ଼ୁ

BRICSରେ ମୋଦୀଙ୍କ ବଡ଼ ବାର୍ତ୍ତା: ‘ଗ୍ଲୋବାଲ ସାଉଥ୍‌’ର ଭୂମିକା ବଢ଼ୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ସ୍ତରରେ ‘ଗ୍ଲୋବାଲ ସାଉଥ୍‌’ ପାଇଁ ଏକ ବଡ଼ ଭୂମିକା ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ଆଣିବାକୁ ଆହ୍ବାନ ଦେଇଛନ୍ତି । ଦିଲ୍ଲୀଠାରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ସେ ବ୍ରିକ୍ସ ଦେଶଗୁଡ଼ିକୁ କେବଳ ନିୟମ ମାନିବା ପରିବର୍ତ୍ତେ ଆଇନ ପ୍ରଣେତା ବା ନିୟମ ନିର୍ଦ୍ଧାରକରେ ପରିଣତ ହେବାକୁ ଆହ୍ୱାନ କରିଛନ୍ତି । ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଗୋଷ୍ଠୀ କୌଣସି ନିର୍ଦ୍ଦିଷ୍ଟ ଦେଶ କିମ୍ବା ବ୍ଲକ ବିରୋଧରେ ନିର୍ଦ୍ଦେଶିତ ନୁହେଁ ବରଂ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ତଥା ଅନ୍ତର୍ଭୁକ୍ତ ଅନ୍ତର୍ଜାତୀୟ ବ୍ୟବସ୍ଥା ଗଠନ ପାଇଁ ଏହାର ବର୍ଦ୍ଧିତ ପ୍ରଭାବକୁ ବ୍ୟବହାର କରିବା ଉଚିତ୍ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ କାହା ବିରୋଧରେ ଯିବା ନାହିଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ପାଇଁ ଚିନ୍ତା କରିବା । ବିଶ୍ୱ ସ୍ତରରେ ଆମର ଏକତା ଓ ସହମତିକୁ ପ୍ରତ୍ୟକ୍ଷ ଓ ଦୃଢ଼ ଫଳାଫଳରେ ପରିଣତ କରିବାର ସମୟ ଆସିପହଞ୍ଚିଛି । ଆଗାମୀ ୨୦ ବର୍ଷ ପାଇଁ ଆମକୁ ଏକ ନୂତନ, ଦୂରଦୃଷ୍ଟିସମ୍ପନ୍ନ ଓ ମହତ୍ୱାକାଂକ୍ଷୀ ଏଜେଣ୍ଡା ଉପରେ କାମ କରିବାକୁ ପଡ଼ିବ । ଏହାସହ ବିଶ୍ୱ ଶାସନ ସଂସ୍କାର ପାଇଁ ସେ ଏକ ୧୦-ସୂତ୍ରୀ ରୋଡମ୍ୟାପ୍ ପ୍ରସ୍ତାବ ଦେଇଥିଲେ, ଯାହା ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନିୟମ ନିର୍ଦ୍ଧାରଣ ଭଳି ତିନୋଟି ବ୍ୟାପକ ପ୍ରାଥମିକତା ଉପରେ ଆଧାରିତ । ଏଥିସହିତ, ବ୍ରିକ୍ସ ମଧ୍ୟରେ ଦୃଢ଼ ସଂସ୍ଥାଗତ ନିରନ୍ତରତା ବଜାୟ ରଖିବା ପାଇଁ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking