30.1 C
Bhubaneswar
Tuesday, September 15, 2026
Homeଓଡିଶାଓଡ଼ିଶାରେ କମୁଛି ବର୍ଷା: ଏହା ତାରିଖରୁ ଫେରିଯିବ ମୌସୁମୀ!

ଓଡ଼ିଶାରେ କମୁଛି ବର୍ଷା: ଏହା ତାରିଖରୁ ଫେରିଯିବ ମୌସୁମୀ!

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର- ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳ ଭାଗ ଛୁଇଁଛି । ଏହାର ପ୍ରଭାବ ଓଡିଶା ଉପରେ କମ ରହିଥିବା ବେଳେ ମୌସୁମୀ ନିମ୍ନଚାପ ରେଖା ଏବଂ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଯୋଗୁଁ ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ସୋମବାର ରାଜ୍ୟରେ ପୁଣି ପାରଦ ଉପରମୁହାଁ ହୋଇଛି । ସେହିପରି ଖୁବଶୀଘ୍ର ଓଡିଶାରୁ ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସାଧାରଣତଃ ଓଡ଼ିଶାରୁ ମୌସୁମୀ ବାୟୁ ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥାଏ। ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ରାଜ୍ୟରୁ ମୌସୁମୀ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ। ଓଡ଼ିଶାରୁ କେବେ ମୌସୁମୀ ଫେରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking