ଭୁବନେଶ୍ୱର : ରାଜଧାନୀର ଗଛ ଗଣେଶ, ଫୋକସରେ ପରିବେଶ ସୁରକ୍ଷା । ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଗଛ ଗଣେଶ ପୂଜା କରିଛି ବକୁଳ ଫାଉଣ୍ଡେସନ। ପ୍ରତିବର୍ଷ ପରି ଚଳିତ ବର୍ଷ ବି ବିଜୁ ପଟ୍ଟନାୟକ ପାର୍କରେ ଗଛରେ ଗଣେଶଙ୍କ ସ୍ୱରୂପ କରି ପୂଜା କରାଯାଇଛି ।ପ୍ରକୃତିକୁ ସୁହାଇଲା ପରି ଗଣେଶଙ୍କୁ ସୁସଜ୍ଜିତ କରାଯାଇଥିବା ବେଳେ ବାଉଁଶ କୁଲ୍ହା ତିଆରି କାନରେ ବେଶ ସୁନ୍ଦର ଲାଗୁଛନ୍ତି ଗଜାନନ । ପରିବେଶ ପ୍ରକୃତି ଭିତରେ ଥିବା ସମ୍ପର୍କକୁ ସୁଦୃଢ଼ କରିବାକୁ ଯାଇ ଅଗ୍ରପୂଜ୍ୟଙ୍କୁ ଏଭଳି ନିଆରା ଢଙ୍ଗରେ ଗଛର ପ୍ରତିକୃତିରେ ପୂଜା କରାଯାଉଥିବା ବେଳେ ନଡ଼ିଆରେ ମୂଷିକରାଜଙ୍କୁ ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଗଛର ପ୍ରସାଦ ଦିଆଯାଉଛି। ଭୋଗ ନୁହେଁ ଗଛର ଚାରା ପ୍ରଦାନ କରି ଆଉ ଏକ ବୃକ୍ଷର ସୃଷ୍ଟି ପାଇଁ ବାର୍ତ୍ତା ଦିଆଯାଇଛି ।










