26.1 C
Bhubaneswar
Thursday, September 10, 2026
Homeଦେଶ ବିଦେଶଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାର ୧୭ ଜିଲ୍ଲା ହେବେ ଉପକୃତ
ବର୍ତ୍ତମାନର ରେଳ ନେଟୱର୍କ କ୍ଷମତାରେ ୫୪୦ କିଲୋମିଟର ବୃଦ୍ଧି ହେବ
୧୦,୦୨୧ କୋଟି ଟଙ୍କାର ବ୍ୟୟବରାଦ ସହିତ ୨୦୨୯-୩୦ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଯୋଜନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛି । ଏସବୁ ପ୍ରକଳ୍ପ ଲାଗି ମୋଟ ୧୦,୦୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:
ଅରକ୍କୋନମ୍-ରେନିଗୁଣ୍ଟା ତୃତୀୟ ଓ ଚତୁର୍ଥ ଲାଇନ୍ -୭୭ କିଲୋମିଟର; ହ୍ୱାଇଟ୍ ଫିଲ୍ଡ-ବାଙ୍ଗରପେଟ୍ ତୃତୀୟ ଓ ଚତୁର୍ଥ ଲାଇନ୍ -୪୭ କିଲୋମିଟର, ହୋସୁର-ଓମାଲୁର ଲାଇନ୍ ଦୋହରୀକରଣ – ୧୪୭ କିଲୋମିଟର, ସାଲେମ-କରୁର୍-ଦିଣ୍ଡିଗୁଲ୍ ଦୋହରୀକରଣ – ୧୫୯ କିଲୋମିଟର, ସିକନ୍ଦରାବାଦ (ଘାଟକେଶ୍ୱର)- କାଜିପେଟ ଲାଇନ୍ ପ୍ରଶସ୍ତିକରଣ – ୧୧୦ କିଲୋମିଟର ।
ବର୍ଦ୍ଧିତ ଲାଇନ୍ କ୍ଷମତା ଗମନାଗମନରେ ଉଲ୍ଲେଖନୀୟ ସୁଧାର ଆଣିବ । ଫଳରେ ଭାରତୀୟ ରେଳବାଇର ପରିଚାଳନା ଦକ୍ଷତା ଏବଂ ସେବା ବିଶ୍ୱସନୀୟତାରେ ଉନ୍ନତି ହେବ । ଏହି ବହୁ ଟ୍ରାକିଂ ପ୍ରକଳ୍ପଗୁଡ଼ିକ ରେଳ ଚଳାଚଳକୁ ସୁବ୍ୟବସ୍ଥିତ କରିବା ସହିତ ଭିଡ଼ ହ୍ରାସ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତ ଦୃଷ୍ଟିକୋଣ ଅନୁରୂପ ଏସବୁ ପ୍ରକଳ୍ପର ଡିଜାଇନ୍ କରାଯାଇଛି । ଏଗୁଡ଼ିକର ଉଦ୍ଦେଶ୍ୟ ହେଉଛି, ବ୍ୟାପକ କ୍ଷେତ୍ରୀୟ ବିକାଶ ମାଧ୍ୟମରେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ଯଦ୍ଦ୍ୱାରା ସେମାନଙ୍କର ରୋଜଗାର/ସ୍ୱରୋଜଗାର ସୁଯୋଗ ବଢ଼ିବ ।
ଏସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର୍ ପ୍ଲାନ୍ ଅନୁରୂପ ପ୍ରସ୍ତୁତ କରାଯାଇଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକୀକୃତ ଯୋଜନା ଏବଂ ଅଂଶୀଦାରଙ୍କ ସହ ବିଚାରବିମର୍ଶ ମାଧ୍ୟମରେ ବହୁମୁଖୀ ଯୋଗାଯୋଗ ଓ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା । ଏସବୁ ପ୍ରକଳ୍ପ ଦ୍ୱାରା ଜନସାଧାରଣ, ବସ୍ତୁ ଏବଂ ସେବାର ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ ହେବ ।
ଏହି ପାଞ୍ଚଟି ପ୍ରକଳ୍ପ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲଙ୍ଗାନା ରାଜ୍ୟର ୧୭ଟି ଜିଲ୍ଲାରେ ଦେଇ ବର୍ତ୍ତମାନର ଭାରତୀୟ ରେଳ ନେଟୱର୍କରେ ପ୍ରାୟ ୫୪୦ କିଲୋମିଟର ଲାଇନ୍ ଯୋଡିବ । ଅନୁମୋଦିତ ବହୁ-ଟ୍ରାକିଂ ପ୍ରକଳ୍ପଗୁଡ଼ିକ ପ୍ରାୟ ୫୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୨,୧୨୧ ଗ୍ରାମ ପାଇଁ ରେଳ ଯୋଗାଯୋଗରେ ସୁଧାର ଆଣିବ ।
ଅନୁମୋଦିତ କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ରେଳ ସଂଯୋଗ ଆହୁରି ସୁଗମ ହେବ । ଏସବୁ ମଧ୍ୟରେ ରହିଛି ତିରୁପତି, ସୁବ୍ରମଣ୍ୟମ ସ୍ୱାମୀ ମନ୍ଦିର (ତିରୁତ୍ତାନି) ଶ୍ରୀ ପଦ୍ମାବତୀ ଅମ୍ମାବାରୀ ମନ୍ଦିର (ତିରୁଚନୁର୍), କୋଟିଲିଙ୍ଗେଶ୍ୱର ଦେବାଳୟ, ଶ୍ରୀ ସିଦ୍ଧି ବ୍ୟାରବେଶ୍ୱର ସ୍ୱାମୀ ମନ୍ଦିର, ବଙ୍ଗାରୁ ତିରୁପତି, କୋଲାର ଗୋଲ୍ଡ ଫିଲ୍ଡସ୍, ହୋଗେନକ୍କଲ ଫଲ୍ସ, ହୋସୁର୍ କିଲା, ମେଟ୍ଟୁର୍ ନଦୀ ବନ୍ଧ, କୋଡ଼ାଇକନାଲ ହିଲ୍ସ, ସତ୍ୟମଙ୍ଗଲମ୍ ବନ୍ୟପ୍ରାଣୀ ଅଭୟାରଣ୍ୟ, ନମକ୍କଲ ଅଞ୍ଜନେୟାର୍ ମନ୍ଦିର, ନମକ୍କଲ ଦୁର୍ଗ, କଲ୍ୟାଣ ପଶୁପତିଶ୍ୱର ମନ୍ଦିର, ୟାଦଗିରିଗୁଟ୍ଟା ମନ୍ଦିର, ଭୋଙ୍ଗୀର କିଲା, ସୁରେନ୍ଦ୍ରପୁରୀ, ସ୍ୱର୍ଣ୍ଣଗିରି ମନ୍ଦିର ଆଦି ସାମିଲ ।
ଏହି ପ୍ରକଳ୍ପଗୁଡ଼ିକ କୋଇଲା, ସିମେଣ୍ଟ, ଲୁହା ଓ ଇସ୍ପାତ, କଣ୍ଟେନର୍, ଅଟୋମୋବାଇଲ, ଶସ୍ୟ, ପେଟ୍ରୋଲିୟମ ଉତ୍ପାଦ, ସାର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଦ୍ୱାରା ବାର୍ଷିକ ୪୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା (ଏମଟିପିଏ) ହେବ । ରେଳବାଇ, ଏକ ପରିବେଶ-ଅନୁକୂଳ ଓ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ହୋଇଥିବାରୁ, ଜଳବାୟୁ ଲକ୍ଷ୍ୟ ହାସଲ କରିବା ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ । ଏହାସହିତ ତୈଳ ଆମଦାନୀ (୮ କୋଟି ଲିଟର) ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୪୨ କୋଟି କିଲୋଗ୍ରାମ) ହ୍ରାସ କରିବ ଯାହା ପ୍ରାୟ ୨ କୋଟି ଗଛ ଲଗାଇବା ସହିତ ସମାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking