27.1 C
Bhubaneswar
Thursday, September 10, 2026
Homeଓଡିଶାଚାକିରି ଦେବା ନାଁରେ କୋଟିଏରୁ ଅଧିକ ଠକେଇ

ଚାକିରି ଦେବା ନାଁରେ କୋଟିଏରୁ ଅଧିକ ଠକେଇ

ଭଦ୍ରକ : ନେତା ଓ ମନ୍ତ୍ରୀଙ୍କ ସହ ଫଟୋ ଉଠାଉଥିଲା । ପରେ ଦବଦବା ଦେଖାଉଥିଲା । ଚାକିରି କରାଇ ଦେବାକୁ କହି ମୋଟା ଅଙ୍କର ଟଙ୍କା ନେଉଥିଲା । ଏମିତି କି ନକଲି ଜଏନିଂ ଲେଟର ମଧ୍ୟ ଦେଉଥିଲା । କୋଟିଏରୁ ଅଧିକ ଟଙ୍କା ଠକିବା ପରେ ଠକକୁ ଦୀଘାରୁ କାବୁ କରିଛି ଭଦ୍ରକ ସହରାଞ୍ଚଳ ପୋଲିସ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜଗନ୍ନାଥ ବହଳିଆ ନାମକ ଯୁବକ ନିଜକୁ ନେତା, ମନ୍ତ୍ରୀ ତଥା ଅନେକ ବଡ଼ ବଡ଼ିଆଙ୍କ ନିକଟତମର ପରିଚୟ ଦେଉଥିଲା । ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଅପଲୋଡ଼ କରୁଥିଲା । ଏମିତି କି ଗଣଶିକ୍ଷା ବିଭାଗ, ରେଳବାଇ ଭଳି ସଂସ୍ଥାରେ ଚାକିରି କରାଇଦେବାକୁ କହି ଫର୍ମ ଫିଲଅପ୍ କରିବା ପରେ ଟଙ୍କା ନେଉଥିଲା । ପରେ ନକଲି ପୋଷ୍ଟିଂ ଲେଟର ଦେଉଥିଲା । ବାଲେଶ୍ୱର ଜିଲ୍ଲାର ଜନୈକ ଯୁବକଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ବଦଳରେ ରେଳବାଇରେ ପୋଷ୍ଟିଂ ପାଇଁ ଲେଟର ଦେଇ ଧାନବାଦ ପଠାଇଥିଲା । କିନ୍ତୁ ସେମାନେ ପହଞ୍ଚିବା ପରେ ଏହି ଲେଟର ନକଲି ବୋଲି ଜାଣି ଫେରିବା ପରେ ଭଦ୍ରକ ସହରାଞ୍ଚଳ ଥାନାରେ ଏତଲା ଦେଇଥିଲେ ।ପରେ ପୋଲିସ ଜଗନ୍ନାଥକୁ ଖୋଜିବା ବେଳେ ଦୀଘାରୁ କାବୁ କରିଥିଲା । ଜଗନ୍ନାଥ ବିଭିନ୍ନ ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକିଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ତା ନିକଟରୁ ବହୁ ଫର୍ମ ଓ ନକଲି ଦସ୍ତାବିଜ ଜବତ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking