ଓରାଙ୍ଗଉଟାନ ଫେରାଇନେବ କି ଇଣ୍ଡୋନେସିଆ? ଭୋଗରାଇରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନ ସ୍ବତନ୍ତ୍ର ସେଲରେ ଅଛନ୍ତି ଉଦ୍ଧାର ଓରାଙ୍ଗଉଟାନ। ୫ ଓରାଙ୍ଗଉଟାନ ଶାବକଙ୍କୁ ଇଣ୍ଡୋନେସିଆ ନେବାକୁ ଉଦ୍ୟମ ଜାରି ରହିଛି। ଜାକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ପରେ ସ୍ପଷ୍ଟ ହୋଇଛି। ଓରାଙ୍ଗଉଟାନଙ୍କ ପ୍ରଜାତି ଓ ଉତ୍ପତ୍ତି ସମ୍ପର୍କରେ ନିଶ୍ଚିତ କରାଯିବ। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ ନିୟମାବଳୀ ପୂରଣ ପରେ ପଦକ୍ଷେପ ନିଆଯିବ। ନଭେମ୍ବରରେ ଭାରତ ଆସିବେ ଇଣ୍ଡୋନେସିଆର ବନ୍ୟପ୍ରାଣୀ ବିଶେଷଜ୍ଞ। ଉଦ୍ଧାର ଓରାଙ୍ଗଉଟାନଙ୍କ ମୂଳ ଉତ୍ପତି ଯାଞ୍ଚ କରାଯିବ।










