28.1 C
Bhubaneswar
Thursday, October 22, 2026
Homeଓଡିଶାଆସନ୍ତାକାଲି ବିଜେଡିର ଉଚ୍ଚସ୍ତରୀୟ ପ୍ରତିନଧି ଦଳଙ୍କ କୋଟିଆ ଗସ୍ତ

ଆସନ୍ତାକାଲି ବିଜେଡିର ଉଚ୍ଚସ୍ତରୀୟ ପ୍ରତିନଧି ଦଳଙ୍କ କୋଟିଆ ଗସ୍ତ

ଭୁବନେଶ୍ୱର : ଓଡିଶା ର ଉପାନ୍ତ ଅଞ୍ଚଳ କୋଟିଆର ତିନୋଟି ପଂଚାୟତ ରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ଘୋଷଣା ପରିପ୍ରେକ୍ଷୀରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟ ନାୟକ ବିଜେଡି ର ଏକ ଉଚ୍ଚ ସ୍ତରୀୟ 15 ଜଣିଆ ପ୍ରତିନିଧିଦଳ କୁ ଆସନ୍ତା କାଲି କୋଟିଆ ଗସ୍ତ କରି ତାଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ପ୍ରତିନିଧି ଦଳ ର ସଦସ୍ୟ ମାନେ ହେଲେ ବିଧାୟକ ମନୋହର ରନ୍ଧାରୀ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଜଗନ୍ନାଥ ସାରକା, ରବିନାରାୟଣ ନନ୍ଦ , ପୂର୍ବତନ ସାଂସଦ ଝିନ ହିକକା,ଓ ପ୍ରଦୀପ ମାଝୀ ପୂର୍ବତନ ବିଧାୟକ ପ୍ରଭୁ ଜାନି, ମାନସ ମାଡକାମୀ, ରଘୁରାମ ପଡାଲ, ପ୍ରଫୁଲ ପାଙ୍ଗି, ପ୍ରିତମ ପାଢ଼ୀ,ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜେଡି ଆଦିବାସୀ ସେଲ ସାଧାରଣ ସମ୍ପାଦକ ଶ୍ରୀମତୀ କୌଶଲ୍ୟା ହିକକା , କୋରାପୁଟ ଜିଲ୍ଳା ପରିଷଦ ସଭାପତି ଶ୍ରୀମତୀ ସସ୍ମିତା ମେଲେକା ଓ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ।

ଏହି ପ୍ରତିନିଧି ଦଳ କୋଟିଆ ଅଂଚଳର ଲୋକ ମାନଙ୍କ ସହ ଆଲୋଚନା କରିବା ସହିତ, ଉପାନ୍ତ ଅଞ୍ଚଳ ପରିଦର୍ଶନ କରିବ ଏବଂ ଜିଲ୍ଳା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବ। ସୂଚନା ଯୋଗ୍ୟ ଯେ କୋଟିଆ ରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ ଘୋଷଣା କରିବା ପରେ ରାଜ୍ୟ ର ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କୁ ପତ୍ର ଲେଖି ଉଭୟ ଆନ୍ଧ୍ର ଓ ଓଡିଶାରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ଓଡ଼ିଆ ସ୍ୱାଭିମାନ ଉପରେ ଏପରି ଆକ୍ରମଣ ତଥା ଓଡ଼ିଶା ର ସ୍ୱାର୍ଥ ରକ୍ଷା ରେ ରାଜ୍ୟ ସରକାର ଙ୍କ ବିଫଳତା ରେ ଉଦବେଗ ପ୍ରକାଶ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ପଟ୍ଟନାୟକ ଦାବୀ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking