ଭୁବନେଶ୍ୱର: ଆଜି ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା। ନବରାତ୍ରୀ ଅବସରରେ ମା’ଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଦେବୀପୀଠ । ଅନ୍ୟପଟେ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଛି ମହାଅଷ୍ଟମୀ ପୂଜା । ଏହାକୁ ନେଇ ସବୁଠି ଦେଖିବାକୁ ମିଳିଛି ପାର୍ବଣର ମାହୋଲ ।ବିଭିନ୍ନ ଶକ୍ତିପୀଠରେ ନିଜ ନିଜର ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ସେହିପରି ପୂଜା ମଣ୍ଡପଗୁଡ଼ିକରେ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି । ଘଣ୍ଟଘଣ୍ଟା, ମନ୍ତ୍ରୋଚ୍ଚାରଣ ଓ ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଆରାଧନାରେ ମଗ୍ନ ହୋଇଛନ୍ତି ଶ୍ରଦ୍ଧାଳୁ ।










