31.1 C
Bhubaneswar
Thursday, October 15, 2026
Homeଓଡିଶାଚମାଖଣ୍ଡି ସିରିଜ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଚମାଖଣ୍ଡି ସିରିଜ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ଗତକାଲି ଘଟିଥିବା ଭୟାବହ ସିରିଜ୍‌ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗତକାଲି ଦୁର୍ଘଟଣାସ୍ଥଳରେ ବ୍ରହ୍ମପୁରର ରୋଜାଲିନ ରାଣୀ ମିଶ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ନାଉଳି ଗ୍ରାମର ଲକ୍ଷ୍ମୀଧର ଗୌଡ଼ ଏବଂ ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ବିନୋଦ କୁମାର। ଦୁର୍ଘଟଣାରେ ଆହତ ଆହୁରି ଅନେକ ବ୍ୟକ୍ତି ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଚମାଖଣ୍ଡି ଛକ ନିକଟରେ ପ୍ରଥମେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଏକାଧିକ ବାଇକ୍‌କୁ ଧକ୍କା ଦେବାରୁ ଘଟଣାଟି ସିରିଜ୍‌ ଦୁର୍ଘଟଣାର ରୂପ ନେଇଥିଲା। ଏଥିରେ ଅନେକ ବାଇକ୍‌ ଆରୋହୀ ଆହତ ହୋଇଥିଲେ।ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking