26.1 C
Bhubaneswar
Friday, October 9, 2026
Homeଓଡିଶାସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ : ମନମୋହନ ସାମଲ

ସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ : ମନମୋହନ ସାମଲ

 ଗୋପବନ୍ଧୁ ଛକସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଆମ ଓଡିଶାର ବିଶ୍ୱାସ ଓ ବିଶ୍ୱାସନୀୟତାର ପ୍ରତୀକ ଅଟନ୍ତି । ସେ କେବଳ ଉତ୍କଳର ନୁହନ୍ତି, ସେ ହେଉଛନ୍ତି ସାରା ବିଶ୍ୱର ମଣି । ସେ ଏକାଧାରରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା । ସେ ଥିଲେ ସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ । ଓଡ଼ିଶାର ଏହି ମହାମନିଷୀ ବରପୁତ୍ରଙ୍କ ୧୪୯ତମ ଜନ୍ମଜୟନ୍ତୀ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଛକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁ ଦାସ ସାଧାରଣ ଲୋକଙ୍କ ପାଖରେ ସବୁ ଅସୁବିଧା ସମୟରେ ଛିଡା ହେଉଥିଲେ ସେଥିପାଇଁ ସେ ଏକ ଅନୁଷ୍ଠାନ ଥିଲେ । ସେ ସେତେବେଳେ ପରାଧୀନ ଭାରତବର୍ଷରେ ଲୋକଙ୍କ ମଧ୍ୟରେ ପ୍ରେରଣା ଯୋଗାଇ କିପରି ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ, ତାହା ଆମ ପାଇଁ ଶିକ୍ଷଣୀୟ ବିଷୟ । ସେ ଓଡିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା କି, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ । ସେହିପରି କଲିକତାରେ ସେ ଉଚ୍ଚ ଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଓଡିଶା ଶ୍ରମିକ ସଂଘ ଏବଂ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଅଗ୍ରଣୀ ଭୂମିକା ଥିଲା ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସଂପାଦକ ଶ୍ରୀ ସରୋଜ କୁମାର କର, ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର, ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମି ମହାପାତ୍ର ଓ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀ ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking