31.1 C
Bhubaneswar
Thursday, October 15, 2026
Homeଓଡିଶାବିଜେପି ସଙ୍ଗଠନ ମଜଭୁତ ବୟାନ ବିବାଦ: ଅସ୍ବୀକାର କଲେ ବ୍ରଜ ମୋହନ ରାମ

ବିଜେପି ସଙ୍ଗଠନ ମଜଭୁତ ବୟାନ ବିବାଦ: ଅସ୍ବୀକାର କଲେ ବ୍ରଜ ମୋହନ ରାମ

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଦେଇଥିବା ଏକ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବିବାଦ ସୃଷ୍ଟିହେବା ପରେ ଏନେଇ ସଫେଇ ରଖିଛନ୍ତି ରାଜ୍ୟପାଳ । କହିଛନ୍ତି, ମତେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ମୁଁ ସାମ୍ବିଧାନିକ ପରିଧି ଭିତରେ ରହି କାମ କରିବି। ସମସ୍ତଙ୍କ ସହ ସମନ୍ବୟ ରକ୍ଷା କରି ନିଜ ଦାୟିତ୍ବ ତୁଲାଇବି । ଜଣେ ରାଜନେତା ଏବଂ ଏକ ସାମ୍ବିଧାନିକ ପଦବୀ ମଧ୍ୟରେ ଫରକ୍ ରହିଛି । ଏହାକୁ ବଜାୟ ରଖି କାମ କରିବାକୁ ପଡ଼ିବ ।

ଓଡ଼ିଶାରେ ବିଜେପିର ସଙ୍ଗଠନକୁ ମଜଭୁତ କରିବା ପାଇଁ କାମ କରିବା କଥା ବୟାନକୁ ନେଇ ନୂଆ ରାଜ୍ୟପାଳ ବ୍ରଜ ମୋହନ କହିଛନ୍ତି, ମୁଁ ସେପରି କିଛି କହିନି । ମୁଁ କହିଥିଲି ଯେ ମୁଁ ସମସ୍ତଙ୍କ ସହ ମିଶି କାମ କରିବି । ମୁଁ ବର୍ତ୍ତମାନ ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ, କିନ୍ତୁ ମୁଁ ଯେଉଁ ଦଳର ସଦସ୍ୟ ତାହା ମୋର ପୁଞ୍ଜି । ସେହି ଦଳ ପ୍ରତି ମୋର ସର୍ବଦା ଆନୁଗାତ୍ୟ ଏବଂ ଭଲପାଇବା ରହିବ । କିନ୍ତୁ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking