ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ମ୍ରୁଖ୍ୟମନ୍ତ୍ରୀ ଚିଠି ଲେଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା କରିଥିବାରୁ ଉଦବେଗ ଜଣାଇଲେ । କହିଲେ, ୨୦୨୪ ନିର୍ବାଚନ ଇସ୍ତାହାରରେ କୋଟିଆ ବିବାଦ ଦୂର ପାଇଁ କହିଥିଲେ । ଆଜିର ତଥାକଥିତ ଡବଲ ଇଞ୍ଜିନ ସରକାରରେ ଏହା କିପରି ସମ୍ଭବ ବୋଲି ପଚାରିଲେ । ୨୦୨୫ରେ ଗଠିତ ୧୬ ଜଣିଆ କୋଟିଆ କମିଟିର ପ୍ରସ୍ତାବ , ପଦକ୍ଷେପ କଣ ଏହା ମଧ୍ୟ ପଚାରିଛନ୍ତି । କୋଟିଆ ଉପରେ ଓଡିଶାର ଅଧିକାର ଅକ୍ଷୁର୍ଣ୍ଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।










