28.1 C
Bhubaneswar
Monday, October 19, 2026
Homeଦେଶ ବିଦେଶଫ୍ରାନ୍ସରେ ଦରଦାମ ବୃଦ୍ଧି ବିରୋଧୀ ହିଂସା

ଫ୍ରାନ୍ସରେ ଦରଦାମ ବୃଦ୍ଧି ବିରୋଧୀ ହିଂସା

ପ୍ୟାରିସ: ଫ୍ରାନ୍ସରେ ପୁଣି ହିଂସା ହୋଇଛି। ଦରଦାମ, ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ମହଙ୍ଗା ଶିକ୍ଷା, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବିଦ୍ୟାଳୟରେ ଖରାପ ଅବସ୍ଥା ଓ ଶିକ୍ଷକ ନିଯୁକ୍ତି ଦାବିରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାର ବିରୋଧରେ ଜନ ଅସନ୍ତୋଷ ତୀବ୍ର ହୋଇଛି। ଏହା ଫଳରେ ୮ ଲକ୍ଷରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ରାଜଧାନୀ ପ୍ୟାରିସ ସ୍ଥିତ ରାଷ୍ଟ୍ରପତି ଭବନ ଏଲିଜେ ପ୍ୟାଲେସଠାରୁ ମାତ୍ର ୪୦୦ ମିଟର ଦୂରରେ ପ୍ରଦର୍ଶନକାରୀମାନେ ହିଂସାତ୍ମକ ପ୍ରଦର୍ଶନ କରିବା ସହ ପୋଡାଜଳା କରିଛନ୍ତି। ବିକ୍ଷୋଭକାରୀମାନେ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏହା ସହ ସରକାରୀ କୋଠା ଜାଳି ଦେଇଛନ୍ତି। ବିଭିନ୍ନ ଦୋକାନରୁ ଲୁଟପାଟ କରିଛନ୍ତି। ଜୋକର, କ୍ୟାପଟେନ ବେଶରେ ଆସି ବିକ୍ଷୋଭକାରୀ ପୁଲିସକୁ ଦୌଡ଼ାଇଛନ୍ତି। ଗାଡ଼ି ଉପରକୁ ପଥରମାଡ଼ କରିିଛନ୍ତି। କିଛି ସ୍ଥାନରେ ଥିବା ଆପଲ ଷ୍ଟୋରରୁ ଆଇଫୋନ ଲୁଟି ନେଇଛନ୍ତି। ଅନେକ ସ୍ଥାନରେ ବିକ୍ଷୋଭକାରୀ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗୋଳା ମାଡ଼ କରିବା ସହିତ ଲାଠିଚାର୍ଜ କରିଛି। ଏହି ଘଟଣାରେ ପ୍ରାୟ ୧,୮୦୦ ଲୋକଙ୍କୁ ଗିରଫ କରାଯାଇଛି।ଅନ୍ୟପକ୍ଷରେ ଲିମୋଜ ସହରରେ ମୁଖା ପିନ୍ଧିଥିବା ପ୍ରଦର୍ଶନକାରୀମାନେ ଟାଉନ୍‌ ହଲ୍‌ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୧୪୩ ବର୍ଷ ପୁରୁଣା ଏହି କୋଠାଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଫ୍ରାନ୍ସରେ ପ୍ରାୟ ମାସେ ହେଲା ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking