ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖରେ କାନାଡା ଗସ୍ତ କରିବେ ବୋଲି ତାଙ୍କ କାନାଡା ପ୍ରତିପକ୍ଷ ମାର୍କ କାର୍ନି ଓ ଓଟାୱାରେ ଥିବା ଭାରତୀୟ ହାଇ କମିସନ ଶୁକ୍ରବାର ସୂଚନା ଦେଇଛନ୍ତି। ମଙ୍ଗଳବାର ମୋଦୀ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଟେଲିଫୋନ ମାଧ୍ୟମରେ ଆଲୋଚନା ହୋଇଥିଲା। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ପ୍ରୟାସ ବୃଦ୍ଧି କରିବାକୁ ରାଜି ହେବା ପରେ ଏହି ଘୋଷଣା କରାଯାଇଛି।କାର୍ନି କହିଛନ୍ତି ଯେ, ମୋଦୀଙ୍କ ଯାତ୍ରା ପୂର୍ବରୁ ଦୁଇ ଦେଶ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନାକୁ ତ୍ୱରାନ୍ୱିତ କରୁଥିବାରୁ ଏହି ଗସ୍ତରେ ଓଟାୱା ଓ ଟରଣ୍ଟୋ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଅଛି।










