ଭୁବନେଶ୍ୱର: ହ୍ୱାଏ ଆଇ ଏମ ଷ୍ଟାଣ୍ଡ ଫର ମିଟିଂ ପାଲଟିଲା ରଣକ୍ଷେତ୍ର । ମୁହାଁମୁହିଁ ହେଲେ ଏବିଭିପି ଏବଂ ବିସିଜେଡି । ସଭାରେ ଉଡିଲା ଚେୟାର । ସୃଷ୍ଟି ହେଲା ରକ୍ତାକ୍ତ ପରିସ୍ଥିତି । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ଏବିଭିପି ଏବଂ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । ବିସିଜେଡି ଶୋଭାଯାତ୍ରାରେ ବାହାରି ହ୍ୱାଏ ଆଇ ଏମ ଷ୍ଟାଣ୍ଡ ଫର ମିଟିଂ ପୂର୍ବରୁ ହଠାତ ବଢିଥିଲା ଉତ୍ତେଜନା । ସ୍ଥିତି ଏପରି ହୋଇଥିଲା ଯେ, ସଭାସ୍ଥଳରେ ଉଡିଥିଲା ଚେୟାର । ଆଉ ସୃଷ୍ଟି ହୋଇଥିଲା ରକ୍ତାକ୍ତ ପରିସ୍ଥିତି । ସୂଚନା ପାଇ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ପୋଲିସ ଫୋର୍ସ ପହଞ୍ଚି ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ସୁରକ୍ଷା ବ୍ୟାବସ୍ଥାକୁ କଡାକଡି କରିବା ସହ ଚାରିଆଡେ ପୋଲିସ ଛାଉଣୀ କରାଯାଇଛି । ଏବିଭିପି, ବିସିଜେଡି ଏବଂ ଏନଏ,ୟୁଆଇ ଦଳର ସମର୍ଥକମାନେ ମଧ୍ୟ ରହିଛନ୍ତି । ଆଜି ଛାତ୍ରଛାତ୍ରୀଙ୍କୁ ମନାଇବାକୁ ସମସ୍ତ ପ୍ରାର୍ଥୀଙ୍କ ଶେଷ ଉଦ୍ୟମ । ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ପ୍ରାର୍ଥୀ । ଆସନ୍ତାକାଲି ପଡିବ ଭୋଟ ।










