28.1 C
Bhubaneswar
Wednesday, October 14, 2026
Homeଓଡିଶାସର୍କିଟ ହାଉସରୁ ଏବିଭିପି ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ବଲାଙ୍ଗୀର ଛାତ୍ର ବିଜେଡିର ବିରୋଧ

ସର୍କିଟ ହାଉସରୁ ଏବିଭିପି ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ବଲାଙ୍ଗୀର ଛାତ୍ର ବିଜେଡିର ବିରୋଧ

ବଲାଙ୍ଗୀର ଛାତ୍ର ବିଜେଡି ନେତାଙ୍କୁ ଗିରଫ ବେଆଇନ
ସରକାରୀ କଳ, ପ୍ରଶାସନ ଓ ପୋଲିସର ଅପବ୍ୟବହାର କରୁଛି ବିଜେପି
ଏହାର ଦୃଢ ଜବାବ ଦେବେ ସମଗ୍ର ଓଡିଶାର ଛାତ୍ର ସମାଜ

ଭୁବନେଶ୍ୱର: ସାରା ରାଜ୍ୟରେ ଏବିଭିପି ପୋଲିସ ଓ ସରକାରୀ କଳକୁ ହାତବାରିସି ସଜାଇ ଛାତ୍ର ସଂସଦ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରୁଛି ବୋଲି ବିଜେଡି ସମାଲୋଚନା କରିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ ନନ୍ଦଙ୍କୁ ମିଥ୍ୟା ମକଦ୍ଦମାରେ ଗିରଫ କରାଯାଇଛି । ଯାହାକୁ ବିଜେଡି ଦୃଢ ନିନ୍ଦା କରୁଛି । ଏବିଭିପି ପିଲାମାନେ ଗତ କିଛି ଦିନ ଧରି ବଲାଙ୍ଗାରୀ ସର୍କିଟ ହାଉସକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ବେଆଇନ ଭାବେ ବ୍ୟବହାର କରୁଛନ୍ତି । ବିଜୁ ଛାତ୍ର ଜନତା ଦଳ ଏହାର ପ୍ରତିବାଦ କରିବାରୁ ମିଥ୍ୟା ମକଦ୍ଦମାରେ ଫସାଇ ଗିରଫ କରାଯାଇଛି । ଯାହା ଗଣତନ୍ତ୍ରର ପରିପନ୍ଥୀ । ପୋଲିସ ପ୍ରଶାସନ ଏତେ ତଳକୁ ଖସିଯିବା ପରିତାପର ବିଷୟ । ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ମିଥ୍ୟା ମକଦ୍ଦମାରେ ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତାକୁ ଗିରଫର ଜବାବ ବଲାଙ୍ଗୀର ଛାତ୍ର ସମାଜ, ଛାତ୍ର ସଂସଦ ନିର୍ବାଚନରେ ଭୋଟ ଦେଇ ଉତ୍ତର ଦେବେ । ଦିନକୁ ଦିନ ତଳକୁ ତଳ ଖସି ଯାଉଥିବା ବିଜେପି ସରକାର ନିଜର ଛାତ୍ର ସଂଗଠନ ଏବିଭିପି, ସରକାରୀ କଳ, ପ୍ରଶାସନ, ପୋଲିସକୁ ବ୍ୟବହାର କରି ଗଣତନ୍ତ୍ରକୁ ରୁଗ୍ଣ କରି ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛି । ଏହାର ପ୍ରତିଉତ୍ତର ସମଗ୍ର ରାଜ୍ୟର ଛାତ୍ରସମାଜ ନିଜର ଭୋଟ ମାଧ୍ୟମରେ ଦେବେ ବୋଲି ବିଜେଡି ଦୃଢୋକ୍ତି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking