ନୂଆଦିଲ୍ଲୀ : ନିର୍ବାଚନ କମିସନ, ନ୍ୟାୟପାଳିକା ଓ ଅନ୍ୟ ସାମ୍ବିଧାନିକ ସଂସ୍ଥା ବିରୋଧରେ ଲଗାତାର ଅଭିଯୋଗ ଓ ଅପପ୍ରଚାରକୁ ନେଇ ୪୨ ଜଣ ପୂର୍ବତନ ବିଚାରପତି ଓ ବରିଷ୍ଠ ଆଇନଜୀବୀ ଚିନ୍ତା ପ୍ରକାଶ କରିଛନ୍ତି । ଏନେଇ ସେମାନେ ଏକ ଖୋଲା ଚିଠି ଜାରି କରି ରାଜନୈତିକ ସ୍ୱାର୍ଥ ପାଇଁ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରାଯାଉଥିବା ଦାବି କରିଛନ୍ତି ।ଚିଠିରେ କୁହାଯାଇଛି, ନିର୍ବାଚନ କମିଶନଙ୍କୁ ସାର୍ବଜନୀନ ଭାବେ ‘ଚୋର’ କିମ୍ବା ‘କାଠ କଣ୍ଢେଇ’ ବୋଲି କହିବା ଏବଂ ବିନା ପ୍ରମାଣରେ ‘ଭୋଟ୍ ଚୋରି’ ଭଳି ଗୁରୁତର ଅଭିଯୋଗ ଆଣିବା ଗଣତନ୍ତ୍ର ପାଇଁ ବିପଜ୍ଜନକ । କୌଣସି ଅଭିଯୋଗ ଥିଲେ ତାହାର ସମାଧାନ ଆଇନଗତ ପ୍ରମାଣ ଓ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ହେବା ଉଚିତ ବୋଲି ସେମାନେ କହିଛନ୍ତି ।ସେହିପରି ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବା ଏସଆଇଆର୍କୁ ଆଇନସମ୍ମତ ପ୍ରକ୍ରିୟା ବୋଲି ଚିଠିରେ ଦର୍ଶାଯାଇଛି ।










