31.1 C
Bhubaneswar
Thursday, October 8, 2026
Homeଦେଶ ବିଦେଶଖସିପଡ଼ିଲା ମହିଳା ଡିଏସପିଙ୍କ ଟୋପି: ତଳୁ ଉଠାଇ ଦେଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟ

ଖସିପଡ଼ିଲା ମହିଳା ଡିଏସପିଙ୍କ ଟୋପି: ତଳୁ ଉଠାଇ ଦେଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ସି. ଜୋସେଫ୍ ବିଜୟ (ଥଲପତି ବିଜୟ)ଙ୍କର ଏକ ସାଧାରଣ ତଥା ନମ୍ର ବ୍ୟବହାର ଏବେ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟୁଛି। ଚେନ୍ନାଇ ନିକଟସ୍ଥ ଉନାମଞ୍ଚେରୀ ପୁଲିସ୍ ଏକାଡେମୀରେ ଆୟୋଜିତ ଡିଏସପିମାନଙ୍କର ପାସିଂ ଆଉଟ୍ ପରେଡ୍‌ରେ ଯୋଗଦେବା ଅବସରରେ ଏକ ଘଟଣା ଘଟିଥିଲା, ଯାହାକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ସହଜ ଓ ସମ୍ମାନର ସହ ସମ୍ଭାଳି ନେଇଥିଲେ। ପାସିଂ ଆଉଟ୍ ପରେଡ୍ ପରେ ନୂତନ ଭାବେ ନିଯୁକ୍ତ ଡିଏସପିମାନଙ୍କ ସହ ମୁଖ୍ୟମନ୍ତ୍ରୀ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଫଟୋ ଉଠାଉଥିଲେ। ଫଟୋ ଉଠାଯିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଛିଡ଼ା ହୋଇ ପଛରେ ଥିବା ଅଫିସରମାନଙ୍କୁ ସାଲ୍ୟୁଟ୍ କରିଥିଲେ। ଏହି ସମୟରେ ଜଣେ ମହିଳା ଡିଏସପି ସାଲ୍ୟୁଟ୍ କରିବା ବେଳେ ଭୁଲବଶତଃ ତାଙ୍କ ହାତ ବାଜି ମୁଣ୍ଡରୁ ଟୋପି ତଳେ ଖସିପଡ଼ିଥିଲା। ମହିଳା ଅଫିସରଜଣକ କିଛି ସମୟ ପାଇଁ ଡରିଯାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ବିଜୟ ହସିଦେଇ ତୁରନ୍ତ ନିଜେ ତଳକୁ ନଇଁ ଟୋପିଟିକୁ ଉଠାଇ ମହିଳା ଅଫିସରଙ୍କୁ ହସ୍ତାନ୍ତର କରିଥିଲେ। ତାଙ୍କର ଏହି ନମ୍ରତା ଓ ସମ୍ମାନଜନକ ବ୍ୟବହାର ଦେଖି ଉପସ୍ଥିତ ସମସ୍ତ ଅଧିକାରୀ ମୁଗ୍ଧ ହୋଇଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking