ଭୁବନେଶ୍ୱର: ପାର୍ବଣ ବେଳେ ଆକ୍ଟିଭ ଲୁଟେରା । ପେନ୍ସନ୍ ଟଙ୍କା ନେଇ ଘରକୁ ଫେରୁଥିବା ଜଣେ ବୃଦ୍ଧଙ୍କଠାରୁ ଝାମ୍ପିନେଲେ ଟଙ୍କା ବ୍ୟାଗ୍ । ବ୍ୟାଗ୍ରେ ଥିଲା ପ୍ରାୟ ୫୦ ହଜାର ଟଙ୍କା । ଲୁଟ୍ର ପୂରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପେନ୍ସନ୍ ଟଙ୍କା ଉଠାଇ ଫେରୁଥିବା ବେଳେ ବୃଦ୍ଧଙ୍କୁ ଟାର୍ଗେଟ୍ କରିଥିଲେ ଲୁଟେରା । ସୁଯୋଗ ଦେଖି ତାଙ୍କ ହାତରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ପରେ ବୃଦ୍ଧ ଥାନାରେ ପହଞ୍ଚି ପ୍ରାୟ ୫୦ ହଜାର ଟଙ୍କା ଲୁଟ୍ ନେଇ ଅଭିଯୋଗ କରିଛନ୍ତି ।ସେପଟେ ସିସିଟିଭି ଫୁଟେଜ୍କୁ ଆଧାର କରି ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଏଭଳି ଲୁଟ୍ ଘଟଣା ବଢ଼ିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।










