ନୂଆଦିଲ୍ଲୀ : ପୁଏର୍ଟୋ ରିକୋର ଜେନିଫର ବାରେଟୋ ମିସ୍ ୟୁନିଭର୍ସ ୨୦୨୬ ବିଜେତା ହୋଇଛନ୍ତି। ନଭେମ୍ବର ୨୫ ତାରିଖରେ ରାଜଧାନୀ ସାନ ଜୁଆନରେ ଅନୁଷ୍ଠିତ ୭୫ତମ ଫାଇନାଲରେ ତାଙ୍କୁ ବିଜେତା ମୁକୁଟ ପିନ୍ଧା ଯାଇଛି। ୨୦ ବର୍ଷ ପରେ ପୁଏର୍ଟା ରିକୋକୁ ଫେରିଲା ଟାଇଟଲ୍। ଜେନିଫରଙ୍କୁ ମିସ୍ ୟୁନିଭର୍ସ କ୍ରାଉନ ପିନ୍ଧାଇଲେ ମେକ୍ସିକୋର ଫାତିମା ବସ୍। ଡୋମିନିକାର ମେଲିସା ନୁନେଜ ପ୍ରଥମ ରନର ଅପ୍। ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ବିତୀୟ ରନର ଅପ୍ ହୋଇଛନ୍ତି। ଭାରତର କାଜିଆ ଲିଜ୍ ମିଜୋ ରାଉଣ୍ଡ ଅଫ ୧୨ରୁ ବାଦ ପଡ଼ିଲେ।
ଜେନିଫର ଏହି ଟାଇଟଲ ଜିତିଥିବା ପ୍ରଥମ ବିବାହିତ ମହିଳା ଏବଂ ମାଆ। ସେ ଫେବୃଆରୀ ୨୦୨୬ ରେ ପ୍ରଥମ ଥର ପାଇଁ ରନୱେରେ ଚାଲିଥିଲେ। ଜୁନରେ ମିସ୍ ୟୁନିଭର୍ସ ପୁଏର୍ଟୋ ରିକୋ ଟାଇଟଲ ଜିତିବା ପରେ ସେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ। ସେ ୩୦ କିଲୋଗ୍ରାମ ଓଜନ ମଧ୍ୟ ହ୍ରାସ କରିଛନ୍ତି। ଜେନିଫର ଭାରତୀୟ ଡିଜାଇନରଙ୍କ ଦ୍ୱାରା କାରୁକାର୍ଯ୍ୟରେ ସଜ୍ଜିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧିଥିଲେ।ତାଙ୍କ ବିଜୟ ସହିତ, ପୁଏର୍ଟୋ ରିକୋ ଷଷ୍ଠ ଥର ପାଇଁ ମୁକୁଟ ଜିତିଛନ୍ତି। ଡୋମିନିକାନ୍ ରିପବ୍ଲିକର ମେଲିସା ନୁନେଜ୍ ପ୍ରଥମ ରନର୍ସ-ଅପ୍ ଏବଂ ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ୱିତୀୟ ରନର୍ସ-ଅପ୍ ଥିଲେ। ଜେନିଫର ଜଣେ ମଡେଲ ଏବଂ ସମାଜସେବୀ।










